ପୁରୀ : ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦି କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତ ୬ରୁ ଆଜି ପର୍ଯ୍ୟନ୍ତ ‘ଆଇକନିକ ସପ୍ତାହ’ ଭାବେ ପାଳନ କରାଯାଇଛି। ଏହି ଅବସରରେ ବ୍ଲୁ ଫ୍ଲାଗ୍ ବିଚ୍ରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ବାଲୁକା କଳାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୱେବ୍ ଲିଙ୍କ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି।
ବାଲୁକା କଳାରେ ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ ଆୟକର ବିଭାଗର ଭାଗିଦାରୀକୁ ପ୍ରଦର୍ଶିତ କରାଯାଇଛି। ୧୯୪୭ ମସିହାରେ ୮୮ କୋଟି ଟଙ୍କାର ଆୟକର ସଂଗ୍ରହ ହୋଇଥିବା ବେଳେ ୨୦୨୨ ମସିହାରେ ଏହା ୧୪ଲକ୍ଷ ୯ହଜାର କୋଟିରେ ପହଞ୍ଚିଛି। ଏହି ତଥ୍ୟକୁ ବାଲୁକା କଳାରେ ପ୍ରଦର୍ଶିତ କରାଯାଇଛି। ବିଗତ ୭୫ ବର୍ଷ ମଧ୍ୟରେ ଆୟକର ବିଭାଗ ପକ୍ଷରୁ ପ୍ରତ୍ୟକ୍ଷ କର ସଂଗ୍ରହରେ ଏଭଳି ଆଶାତୀତ ବୃଦ୍ଧି ଆୟକର ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି ବୋଲି ଆୟକର ଅଧିକାରୀମାନେ କହିଛନ୍ତି।
/sambad/media/post_attachments/wp-content/uploads/2022/06/ccc-1-300x160.jpg)
ବ୍ଲୁ ଫ୍ଲାଗ୍ ବିଚ୍ରେ ମୁକ୍ତାକାଶ ମଞ୍ଚରେ ଏନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, କାଠ ଓ ପଥର ଭାସ୍କର୍ଯ୍ୟ ଶିଳ୍ପୀ ଅଶୋକ କୁମାର ମହାପାତ୍ର, ପଟ୍ଟଚିତ୍ର ଶିଳ୍ପୀ ବନମାଳୀ ମହାପାତ୍ର, କରଦାତା ହରମୋହନ ମହାନ୍ତି ଏବଂ ସେବା ନିବୃତ୍ତ ଆୟକର ସହାୟକ ଆୟୁକ୍ତ ଡମ୍ବରୁଧର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟକର ବିଭାଗର ମୁଖ୍ୟ ଆୟୁକ୍ତ ୱାଇ ରାଜେନ୍ଦ୍ର, ପ୍ରମୁଖ ଆୟୁକ୍ତ ଧୀରେନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଆୟକର ଆୟୁକ୍ତ ଫଗୁ ଓରାମ ସ୍ବାଗତ ଭାଷଣ ଦେଇଥିବା ବେଳେ ଆୟକର ଅଧିକାରୀ ଆଶୁତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/cc2.jpg)