ଶ୍ରୀରାମ ମାଇନ୍ସରେ ଆୟକର ଚଢ଼ଉ

ଭୁବନେଶ୍ବର : କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଆଜି ଶ୍ରୀରାମ ମାଇନ୍ସର ବିଭିନ୍ନ ପ୍ରୋଜେକ୍ଟରେ ଚଢ଼ଉ କରିଛି। ଆୟକର ବିଭାଗର ୫ଟି ଟିମ୍‌ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ମାଇନ୍ସ ଉପରେ ଏକକାଳୀନ ଚଢ଼ଉ କରିଛନ୍ତି। ଗଞ୍ଜାମ, ବଡ଼ବିଲ, କେନ୍ଦ୍ରପଡ଼ା, କୋରାପୁଟ ଓ କୋଲକାତାରେ ଏହି ଟିମ୍‌ ଚଢ଼ଉ କରିଛି। ବର୍ଷ ବର୍ଷ ଧରି ଖଣି ମାଲିକ ଆୟକର ଫାଙ୍କୁଥି‌ବା ଅଭିଯୋଗ ରହିଛି। ବ୍ୟବସାୟ ହେଉନଥିବା ଦର୍ଶାଇ କଳାଧନ ସଞ୍ଚୁଥିବା ଅଭିଯୋଗ ଆସିବା ପରେ ଆୟକର ବିଭାଗ ଏହାକୁ ସ୍କାନରରେ ରଖିଥିଲା। ପ୍ରାୟ ୩ ମାସ କାଳ ସଂସ୍ଥାର ଏହି ସବୁ ଜାଗାରେ ଥିବା ମାଇନ୍ସ ଉପରେ ଏକକାଳୀନ ଚଢ଼ଉ ହୋଇଥିଲା। ଜବତ କାଗଜପତ୍ରକୁ ଅନୁଧ୍ୟାନ କରାଯାଉଛି। ଆୟକର ଠକେଇ ୧୦ କୋଟିରୁ ବେଶି ହେବ ବୋଲି ଅନୁମାନ କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର