ଆନନ୍ଦପୁର : ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଏଆର୍ଏସ୍ଏସ୍ କମ୍ପାନିର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।
ବୁଧବାର ସକାଳୁ କମ୍ପାନିର କଟକ, ଭୁବନେଶ୍ବର ସମେତ ୨୦ରୁ ଊର୍ଦ୍ଧ୍ବ ସ୍ଥାନରେ ଆୟକର ଫାଙ୍କି ଅଭିଯୋଗରେ ଚଢ଼ଉ କରାଯାଇଥିଲା। ବେଲବାହାଳିଠାରେ ଥିବା କମ୍ପାନିର କ୍ୟାମ୍ପ କାର୍ଯ୍ୟାଳୟରେ ଆଜି ସକାଳ ୯ଟାରୁ ଦୁଇଟି ଗାଡ଼ିରେ ଆୟକର ବିଭାଗର କର୍ମଚାରୀମାନେ ଆସି ଖାନତଲାସ କରିଥିଲେ। ଦୀର୍ଘ ୫ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ଼ ଚାଲିଥିଲା। କମ୍ପାନିର କମ୍ପ୍ୟୁଟର ଓ କଗଜପତ୍ର ଯାଞ୍ଚ କରାଯାଇଥିବା ନେଇ ସେଠାରେ କାମ କରୁଥିବା କିଛି କର୍ମଚାରୀ ସୂଚନା ଦେଇଛନ୍ତି। ବିଶେଷକରି, କମ୍ପାନିର ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଉଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଚଢ଼ଉ ଖବର ପାଇ ଠିକାସଂସ୍ଥାର କୌଣସି ଅଧିକାରୀ ଆଜି କ୍ୟାମ୍ପକୁ ଆସି ନଥିବା ଜଣାପଡ଼ିଛି। ଏଆର୍ଏସ୍ଏସ୍ କମ୍ପାନିର ଏକ କାର୍ଯ୍ୟାଳୟ ଶୈଲଙ୍ଗ ନିକଟରେ ରହିଛି। ଏଠାରେ ସ୍ବାଭାବିକ ଭାବେ କାମ ଚାଲିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/rss-c.jpg)