୪ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ହିତାଧିକାରୀଙ୍କ ଆବାସ ଗୃହ

ଖଡିଆଳ : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଭଇଁସାଦାନି ଗ୍ରାମର ବୃଦ୍ଧା ଗୋମତି ମାଝିଙ୍କ ସରକାରୀ ଆବସଗୃହ ଆଜକୁ ୪ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ଗୋମତି ମାଝି ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ସରକାରୀ ପକ୍କାଘର ସେ ପାଇଥିଲେ କିନ୍ତୁ ଦାରିଦ୍ର ସୀମାରେଖା ତଳେ ଥିବା ଗୋମତିଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପଞ୍ଚାୟତର ରାତ୍ର ଜଗୁଆଳି ତାଙ୍କ ଘର ତିଆରି କରିବା ପାଇଁ ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ଘରର ଅଧା କାମ ତିଆରି କରି ଛାଡିଦେଇଥିଲେ। ସେହି ଦିନଠାରୁ ଅସହାୟ ବୃଦ୍ଧା ଗୋମତି ତାଙ୍କର ପୁରୁଣା ଚାଳଛପର ମାଟିଘରେ ରହିଆସୁଛନ୍ତି । ବାରମ୍ବାର ସେ ଘର ତିଆରି କରୁଥିବା ରାତ୍ର ଜଗୁଆଳିଙ୍କ ଠାରୁ ଆରମ୍ଭ କରି ଭଇଁସାଦାନି ସରପଞ୍ଚ, ବୋଡେନ ବିଡିଓଙ୍କୁ ଅଭିଯୋଗ କରିଥିଲେ ହେଲେ ଆଜିପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ । ଏଥିପ୍ରତି ଜିଲ୍ଲା ପ୍ରସାଶନ ତୁରନ୍ତ ଦୃଷ୍ଠିଦେଇ ଗୋମତି ମାଝୀଙ୍କ ସରକାରୀ ଗୃହକୁ ସମ୍ଫୂର୍ଣ୍ଣ କରିବା ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର