ଅସଂପୂର୍ଣ୍ଣ ରୂପାନ୍ତରିତ ସ୍କୁଲ ଉଦ୍‌ଘାଟିତ; ବାହାର ଚକାଚକ୍‌, ଭିତର ଫମ୍ପା

ଶ୍ରେଣୀ କୋଠରିରେ ବର୍ଷା ପାଣି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମଧ୍ୟରେ ଥିବା ସରକାରୀ ବାଳିକା ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି। ଇତିମଧ୍ୟରେ ଏହାକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ ମଧ୍ୟ କରିଛନ୍ତି। ‌ସ୍କୁଲ କୋଠା ବାହାରୁ ଚକାଚକ୍‌ ଦେଖାଯାଉଛି। କିନ୍ତୁ, ଭିତର ଅବସ୍ଥା ଅତି ଶୋଚନୀୟ। କାମ ଅସଂପୂର୍ଣ୍ଣ କରି ତରବରିଆ ଭାବେ ଉଦ୍‌ଘାଟନ କରିଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ଅଞ୍ଚଳବାସୀ ଅଭିଯାଗ କରିଛନ୍ତି। ଗତ କିଛି ଦିନ ହେଲା ପାଟଣାଗଡ଼ ଅଞ୍ଚଳରେ ବର୍ଷା ହେଉଛି। ସ୍କୁଲ ପରିସରରୁ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା କରାଯାଇ ନଥିବାରୁ ଆଣ୍ଠୁଏ ପାଣି ଜମି ରହୁଛି। ପୁଣି ଶ୍ରେଣୀ କୋଠରିର ଛାତରୁ ବର୍ଷା ପାଣି ଗଳୁଛି। ଯଦ୍ବାରା ଛାତ୍ରୀମାନେ ବାଧ୍ୟ ହୋଇ ପାଣି ଥିଲେ ମଧ୍ୟ କୋଠରିରେ ବସି ପାଠ ପଢ଼ୁଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଏହାର ମରାମତି କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର