ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ସିଟ୍ ସଂଖ୍ୟା ବୃଦ୍ଧି

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଠାରେ ଥିବା ଆଇନ ମହାବିଦ୍ୟାଳୟର ସିଟ୍ ସଂଖ୍ୟା ୬୦ରୁ ୧୮୦କୁ ବୃଦ୍ଧି କରାଯାଇଛି ।

ଏନେଇ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନାନୁସାରେ, ସିଟ୍ ସଂଖ୍ୟା ବୃଦ୍ଧି ନେଇ ମହାବିଦ୍ୟାଳୟ କର୍ତୃପକ୍ଷ ଆବେଦନ କରିଥିଲେ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ ଗ୍ରହଣ କରି ସିଟ୍ ସଂଖ୍ୟା ୬୦ରୁ ୧୮୦କୁ ବୃଦ୍ଧି କରିବାକୁ ଅନୁମତି ଦେଇଥିବା ନେଇ ନିଜର ଚିଠି ସଂଖ୍ୟାା ୩୯୫୦୩/୧୬-୯-୨୦୨୨ରେ ସୂଚିତ କରିଛନ୍ତି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ବୋର୍ଡର ସଭାପତି ପ୍ରତାପ ଚନ୍ଦ୍ର ସାମନ୍ତରାୟ, ପ୍ରତିଷ୍ଠାତା ସମ୍ପାଦକ ସୁଧୀର ମାନସିଂହ, ଡୋନର ମାନଓ ରଂଜନ ପଟ୍ଟନାୟକ, ପ୍ରତିଷ୍ଠାତା ସଦସ୍ୟ ସତ୍ୟବାଦୀ ବଳିଆରସିଂହ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୁଜିତ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର