ଦୁଇଟି ସ୍ବତନ୍ତ୍ର ଟ୍ରେନ୍‌ର ସେବା ବୃଦ୍ଧି

ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟ ଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନ୍‌ର ସେବା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଉଛି ଭାସ୍କୋଡ଼ାଗାମା-ହାଓଡ଼ା-ଭାସ୍କୋଡ଼ାଗାମା ସ୍ବତନ୍ତ୍ର ଓ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ବତନ୍ତ୍ର ଟ୍ରେନ୍‌। ହାଓଡ଼ାରୁ ପ୍ରତି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ରାତି ୧୧ଟା ୩୦ରେ ଛାଡ଼ୁଥିବା ଟ୍ରେନ୍‌ ଜୁନ ୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ ଭାସ୍କୋଡ଼ାଗାମାରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ସକାଳ ୬ଟା ୫୦ରେ ହାଓଡାକୁ ଛାଡ଼ୁଥିବା ଟ୍ରେନ୍‌ ଭାସ୍କୋଡ଼ାଗାମାରୁ ଜୁନ ୨୯ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ହାଇଦ୍ରାବାଦରୁ ପ୍ରତିଦିନ ସକାଳ ୮ଟାରେ ଛାଡ଼ୁଥିବା ହାଇଦ୍ରାବାଦ-ହାଓଡା ଟ୍ରେନ୍‌ ମେ’ ୧୫ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ବାଟରେ ହାଓଡ଼ାଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୦ରେ ହାଇଦ୍ରାବାଦକୁ ଯାତ୍ରା କରୁଥିବା ଟ୍ରେନ୍‌ ମେ’ ୧୭ ପର୍ଯ୍ୟନ୍ତ ଚଳାଚଳ କରିବ। ଉପରୋକ୍ତ ଟ୍ରେନ୍‌ଗୁଡ଼ିକ ପାଇଁ ସ୍ଥିରୀକୃତ ସମୟ ସାରଣୀ ଓ ଚିହ୍ନଟ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ।

ସମ୍ବନ୍ଧିତ ଖବର