ନବରଙ୍ଗପୁର: ଚଳିତ ବର୍ଷର ମେ’ମାସ ୧୩ ତାରିଖରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଆଜି ୯.୬୬୮ ପ୍ରତିଶତ ଜଳ ଗଛିତ ରହିଥିଲା। ଜଳ ଭଣ୍ଡାର ମଧ୍ୟରେ ୬୨୭.୨୯ ମିଟର ଜଳ ଗଛିତ ରହିଥିବା ବେଳେ ବିଦ୍ୟୁତ ଉତ୍ପାଦନ ଉପରେ ପ୍ରଭାବ ପଡିଥିଲା। ୪ଟି ଟରବାଇନ୍ ବୁଲି ନଥିଲା। ପରବର୍ତ୍ତୀ ତିନି ମାସ ମଧ୍ୟରେ ବାରମ୍ବାର ଲଘୁଚାପ ବର୍ଷାର ପ୍ରଭାବରେ ୯.୧୬ମିଟରର ଜଳସ୍ତର ବଢ଼ିଛି।

Advertisment

ଗୁରୁବାର ସକାଳେ ଜଳଭଣ୍ଡାରରେ ୬୩୬.୪୫୦ମିଟର ପାଣି ରହିଛି। ଏବେ  ଜଳ ଭଣ୍ଡାର ମଧ୍ୟରେ ୮୭୯୬୬ ହେକ୍ଟ ମିଟର ଜଳ ଗଛିତ ରହିଛି। ଗତ ବର୍ଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁ ଏସିଆ ମହାଦେଶର ଦ୍ଵିତୀୟ ସର୍ବ ବୃହତମ ନଦୀବନ୍ଧ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ କମ୍ ପରିମାଣରେ ଜଳ ଗଛିତ ହୋଇଥିଲା। ଫଳରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା।

ତେବେ ଗତ ୩ମାସରେ ବୃଷ୍ଟିପାତ ବଢ଼ିବା ସହ ଉପରମୁଣ୍ଡ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ଟିକିରି, କୋରାପୁଟଳଜିଲ୍ଲାର ଦଶମନ୍ତପୁର,‌ବୋରିଗୁମ୍ମା ବ୍ଲକର କାଠରଗୁଡା ଆଦି ଅଞ୍ଚଳରେ ବର୍ଷା ‌ହେବା ଫଳରେ ଜଳଭଣ୍ଡାରର ସ୍ଥିତି ସୁଧିରିଛି। ମୂଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ୧୫୦ କ୍ଷମତା ସମ୍ପନ୍ନ ବିଶିଷ୍ଟ ଚାରୋଟି ଟରବାଇନ୍  କାର୍ଯ୍ୟକାରୀ ହୋଇ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି। ଗତ ବର୍ଷ ଆଜିର ଦିନରେ ଜଳଭଣ୍ଡାରରେ ୬୩୪.୩୦୦ମିଟର ଓ ଜଳଭଣ୍ଡାରରେ ୬୮୩୭୯ମିଟର ଜଳଗଚ୍ଛିତ ଥିଲା।  ଗୁରୁବାର ଇନ୍ଦ୍ରାବତୀ ଜଳସ୍ତର ୬୩୬.୪୫୦ ମିଟର ରହିଥିବା ବେଳେ ଜଳ ଭଣ୍ଡାର ମଧ୍ୟରେ ୮୭୯୬୬ ହେକ୍ଟ ମିଟର ତଥା ୫୯.୨୨ ପ୍ରତିଶତ ଜଳ ଗଛିତ ରହିଛି ।  ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୦୧.୬୬୪  କ୍ୟୁସେକ୍  ଜଳ ପ୍ରବେଶ କରୁଛି।  

ମୂଖିଗୁଡା ସ୍ଥିତ ପାୱାର ହାଉସରୁ ବିଦ୍ୟୁତ ଉତ୍ପାଦନ ୩୨୯୧.୫ ମେଗାୱାଟ୍ (ଏମଡବ୍ଲୁ)ହାରାହାରି ଘଣ୍ଟା ପ୍ରତି ୧୩୭.୧୪୬ଏମଡବ୍ଲୁ/ଏଚ ଉତ୍ପାଦନ ହେଉଛି। ଜଳଭଣ୍ଡା‌ରରୁ ୫୪.୧୦୮କ୍ୟୁସେକ୍ ଓ ୪୫.୭୧୭ କ୍ୟୁସେକ୍ସ  ଜଳ ହାତୀ ବ୍ୟାରେଜରେ ଗଛିତ ହେବାପରେ ତେଲନଦୀ ଏବଂ ଏହା ପରେ ମହାନଦୀରେ ମିଶୁଛି । ଇନ୍ଦ୍ରାବତୀ ସ୍ଲୁଇସ ଗେଟ ଦେଇ ପ୍ରତି ସେକେଣ୍ଡରେ ୫.୧୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ । ଏହି ଧାରାରେ ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ଚଳିତ ବର୍ଷ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନରେ ସୁଧାର ଆସିବ ବୋଲି ସୂଚନା ମିଳିଛି। 

: Nabarangpur