ବଢ଼ିବ ନନ୍ଦନକାନନ ସୁରକ୍ଷା: ନିୟୋଜିତ ହେବେ ଓଆଇଏସ୍ଏଫ୍, ପୂର୍ବତନ ସେନା ଅଧିକାରୀ

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଜ୍ୟ ପରିଚାଳନାକୁ ତ୍ବରାନ୍ବିତ କରାଯିବ। ସମଗ୍ର ପ୍ରାଣୀ ଉଦ୍ୟାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ଯେପରି ସଠିକ୍‌ ପରିଚାଳନା ହେବ ସେନେଇ ଭୁବନେଶ୍ବର ମହାନଗର...

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଜ୍ୟ ପରିଚାଳନାକୁ ତ୍ବରାନ୍ବିତ କରାଯିବ। ସମଗ୍ର ପ୍ରାଣୀ ଉଦ୍ୟାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ଯେପରି ସଠିକ୍‌ ପରିଚାଳନା ହେବ ସେନେଇ ଭୁବନେଶ୍ବର ମହାନଗର...

gddgv

ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଜ୍ୟ ପରିଚାଳନାକୁ ତ୍ବରାନ୍ବିତ କରାଯିବ। ସମଗ୍ର ପ୍ରାଣୀ ଉଦ୍ୟାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ଯେପରି ସଠିକ୍‌ ପରିଚାଳନା ହେବ ସେନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ପ୍ରାଣୀ ଉଦ୍ୟାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହେବ। ଏଥିସହ ଦେଶ ତଥା ବିଦେଶର ଅନ୍ୟାନ୍ୟ ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ପ୍ରତିଷ୍ଠାନ ସହ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବାରମ୍ବାର ଅଚଳ ହେଉଥିବା ଟଏ ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ। ଯେଉଁ ସଂସ୍ଥା ଦାୟିତ୍ବ ନେଇଥିଲା ସେ କିଭଳି କାର୍ଯ୍ୟ କରୁଛି ତାହା‌ର ମଧ୍ୟ ଅନୁଧ୍ୟାନ ହେବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସଂସ୍ଥାକୁ ବାଦ୍‌ ଦିଆଯାଇପାରେ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଯେତେଶୀଘ୍ର ସମ୍ଭବ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପରିଚାଳନା ଓ ବିକାଶ ପାଇଁ ଅନୁଷ୍ଠିତ ୩୪ତମ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ସହ ହେବ ରାଜିନାମା
ଟଏ ଟ୍ରେନ୍‌, କାଞ୍ଜିଆ ହ୍ରଦ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାଣୀ ଉଦ୍ୟାନର ସଂଶୋଧିତ ବଜେଟ୍‌ ୩୨.୫୦ କୋଟି ଟଙ୍କାକୁ ସାଧାରଣ ପରିଷଦ ବୈଠକରେ ଅନୁମୋଦନ କରାଯାଇଛି। ଏଥିସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୩୦.୪୪ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହି ବଜେଟ୍‌ ବ୍ୟବସ୍ଥା ସହ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ଓଆଇଏସ୍ଏଫ୍) ଓ ପୂର୍ବତନ ସେନା ଅଧିକାରୀଙ୍କ ଯୋଗଦାନ ଏବଂ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବାକୁ ଜଣେ ସହକାରୀ ଶିକ୍ଷା ଅଧିକାରୀ ଏବଂ ସହକାରୀ ଜୀବବିଜ୍ଞାନୀଙ୍କୁ ନିଯୁକ୍ତି ଦେବାକୁ ବୈଠକ ଅନୁମୋଦନ କରିଛି। ସଂରକ୍ଷଣ ଅନୁସନ୍ଧାନ ଓ ତାଲିମ କେନ୍ଦ୍ର ପାଇଁ ଅଭିଜ୍ଞ ମାନବ ସମ୍ବଳ ନିଯୁକ୍ତି ପାଇଁ ବୈଠକରେ ମତପ୍ରକାଶ ପାଇଛି। ଉଦ୍ୟାନର ବିକାଶ ତଥା ସଂରକ୍ଷଣ ପାଇଁ ଅଧିକ ପୃଷ୍ଠପୋଷକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ‘ନନ୍ଦନକାନନର ପୃଷ୍ଠପୋଷକ’ କାର୍ଯ୍ୟକ୍ରମକୁ ଲାଗୁ କରାଯିବ। ପ୍ରାଣୀ ଉଦ୍ୟାନର ପ୍ରମୁଖ ପ୍ରକଳ୍ପଗୁଡିକର ତଦାରଖ ପାଇଁ ଅବସରପ୍ରାପ୍ତ ସରକାରୀ ଇଞ୍ଜିନିୟରମାନଙ୍କୁ ନିୟୋଜିତ କରି ପ୍ରକଳ୍ପ ପରିଚାଳନା ୟୁନିଟ୍ ପୁନଃ ନିର୍ମାଣ କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ କାଞ୍ଜିଆ ହ୍ରଦର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଧାରଣ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ୟାନର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା, ବନ୍ୟଜନ୍ତୁ ସଂରକ୍ଷଣ, ପରିଦର୍ଶକ ଯୋଗଦାନ ଓ ପରିବେଶ ସ୍ଥିରତା ଉପରେ ଏହାର ନିରନ୍ତର ସଫଳତା ନିଶ୍ଚିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ ମୁରୁଗେସନ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ମନୋଜ ଭି ନାୟାର, ଉପନିର୍ଦ୍ଦେଶକ ସନଥ କୁମାର ଏନ୍‌, ଅର୍ଥ ଓ ପର୍ଯ୍ୟଟନ ବିଭାଗର ପ୍ରତିନିଧି ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe