ବ୍ୟାସନଗର : ବ୍ୟାସନଗର ପୌରପାଳିକା ପକ୍ଷରୁ ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି। ପୂର୍ବପରି ପୁରୁଣା ଟିକସ ବ୍ୟବସ୍ଥା ହିଁ କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରାଯାଇଛି। ୟୁଜର ଫି ବନ୍ଦ ଓ ହୋଲ୍ଡିଂ ଟିକସ ହ୍ରାସ ଦାବି ନେଇ ବ୍ୟାସନଗର କଂଗ୍ରେସ ପକ୍ଷରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯଦି ଏହାର ବିଚାର ନକରାଯାଏ ତେବେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ଏହାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ପୌର ନିର୍ବାହୀ ଅଧିକାରୀ ବିକ୍ରମ ମଲିକ କଂଗ୍ରେସ ପ୍ରତିନିଧିଙ୍କୁ କାର୍ଯ୍ୟାଳୟକୁ ଡକାଇ ଆଲୋଚନା କରିଥିଲେ। କଂଗ୍ରେସ ପ୍ରତିନିଧିମାନେ ହୋଲ୍ଡିଂ ଟିକସ ଓ ୟୁଜର ଫି ବାବଦ ଟିକସ ଆଦାୟକୁ ବିରୋଧ କରିଥିଲେ। ଗୋଟିଏ ଟିକସ ଆଦାୟ ଉପରେ ସେମାନେ ଜୋର ଦେଇଥିଲେ। ଶେଷରେ ତାହା ହିଁ ହୋଇଥିଲା।
ବର୍ଦ୍ଧିତ ଟିକସକୁ ସ୍ଥଗିତ ରଖାଯାଇ ପୁରୁଣା ଧାର୍ଯ୍ୟ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିନିମନ୍ତେ ନୋଟିସ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଯିବ। ବର୍ଦ୍ଧିତ ଟିକସ ବାବଦକୁ ଆସନ୍ତା ୧୫ ତାରିଖ ପରିଷଦ ବୈଠକରେ କାଉନସିଲରମାନଙ୍କ ସହିତ ଆଲୋଚନା କରି ପ୍ରସ୍ତାବ ଅଣାଯିବ। ପରେ ତାହା ନଗର ଉନ୍ନୟନ ବିଭାଗକୁ ପଠାଯିବ।
କାଉନସିଲରମାନଙ୍କ ମତାମତ ନେଇ ପ୍ରସ୍ତାବ ଆଗତ କରାଯିବ ବୋଲି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ କଂଗ୍ରେସ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ବର୍ଦ୍ଧିତ ଟିକସ ଆଦାୟ ନକରି ପୂର୍ବରୁ ​ଯେତିକି ହୋଲ୍ଡିଂ ଟିକସ ଥିଲା, ସେତିକି ପୈଠ କରିବାକୁ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲିକ ଟିକସ ଆଦାୟକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲୀପ ମଲିକ, ପ୍ରଭାତ କୁମାର ମହାପାତ୍ର, ରାଜକିଶୋର ପ୍ରଧାନ, ସନ୍ତୋଷ କୁମାର ମହାନ୍ତି, ସୁଧାନିଧି ମହାପାତ୍ର, ବିଦ୍ୟାଧର ମହାନ୍ତି, ଅନୁପ କୁମାର ନାୟକ, ପଦ୍ମନାଭ ନାୟକ, କାଉନସିଲର ରବୀନ୍ଦ୍ର କୁମାର ରାଉତ ଓ ଭରତ ଓଝା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/byasanagar-municipality.jpg)