ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ 

ସମ୍ବଲପୁର: ଶାସନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଯୁବତୀଜଣକ ସମ୍ବଲପୁର ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ଯୁବକ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କ ପାଖକୁ ତାଙ୍କର ଅଶ୍ଳୀଳ ଫଟୋ ଭିଡିଓ ପଠାଉଛନ୍ତି। ଯୁବକ ଜଣକ ୫ରୁ ଅଧିକ ନମ୍ବର ବ୍ୟବହାର କରି ଯୁବତୀଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ଉକ୍ତ ଫଟୋ ଓ ଭିଡିଓ ପଠାଉଥିବା ଯୁବତୀ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ଉକ୍ତ ଯୁବକ ଜଣକ ଯୁବତୀଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ତିଆରି କରି ସେଥିରେ ମଧ୍ୟ ଉକ୍ତ ଫଟୋ ଓ ଭିଡିଓଗୁଡ଼ିକୁ ଅପ୍‌ଲୋଡ୍‌ କରିଛି। ଯୁବତୀଙ୍କୁ କେଉଁଠାରେ ବି ବିବାହ କରାଇଦେବି ନାହିଁ ବୋଲି ସେ ଧମକ ଦେଉଥିବା ଯୁବତୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପରେ ସମ୍ବଲପୁର ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର