ସାଧାରଣ ପ୍ରଶାସନ ବିଭାଗ ଜାରି କଲା ସୂଚୀ : ୭୨ତମ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ, ମନ୍ତ୍ରୀ ୧୮ ଓ ଅଫିସର ୧୪ ସ୍ଥାନରେ ପତାକା ଉତ୍ତୋଳନ କରିବେ
ଭୁବନେଶ୍ୱର: ରାଜ୍ୟରେ ୭୨ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ରାଜ୍ୟର କେଉଁ ସ୍ଥାନରେ କିଏ ଜାତୀୟ ପତାକା ଉତ୍ତୋଳନ କରିବେ ତାହାର ତାଲିକା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଛି। ତେବେ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ଅନ୍ୟପକ୍ଷରେ କଟକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୁରୀରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଲେଶ୍ୱରରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୟୂରଭଞ୍ଜରେ କୃଷି,ପାନୀୟ ଜଳ ଓ ପଶୁ ସମ୍ପଦମନ୍ତ୍ରୀ ପ୍ରଦୀପ ମହାରଥୀ, ବରଗଡରେ ଯୋଜନା ଓ ଏସ.ଡି ମନ୍ତ୍ରୀ ଉଷା ଦେବୀ, ଯାଜପୁରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ରାୟଗଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କଳାହାଣ୍ଡିରେ ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କନ୍ଧମାଳରେ ମହିଳା ସଶକ୍ତି କରଣ ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରଫୁଲ ସାମଲ, ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅନୁଗୁଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ବଲାଙ୍ଗୀରରେ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ବୈାଦ୍ଧରେ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଦେବଗଡରେ ହସ୍ତଶିଳ୍ପ ମନ୍ତ୍ରୀ ଉଷା ଦେବୀ, ସମ୍ବଲପୁରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସୁନ୍ଦରଗଡରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, କେନ୍ଦୁଝରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଜେନା, ମାଲକାନଗିରିରେ ଖେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି।
ତେବେ ଢେଙ୍କାନାଳରେ ବୋର୍ଡ ଅଫ ରେଭିନ୍ୟୁର ସଦସ୍ୟ, ବ୍ରହ୍ମପୁର ଓ ରାଉରକେଲାରେ ଦକ୍ଷିଣ ଓ ଉତ୍ତରାଞ୍ଚଳ ଆରଡିସି ଏବଂ ଭଦ୍ରକ. ଗଜପତି, ଜଗତସିଂହପୁର, ଝାରସୁଗୁଡା,କେନ୍ଦ୍ରପଡା, ଖୋର୍ଦ୍ଧା, କୋରାପୁଟ, ନୂଆପଡା, ନବରଙ୍ଗପୁର, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସେଠାକାର ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।