ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଆଗକୁ ଆସୁଛି ସ୍ୱାଧୀନତା ଦିବସ। ଚଳିତ ଥର ପ୍ରତି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରାଯିବା ନିର୍ଦ୍ଦେଶ ଥିବା ବେଳେ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇ ନାହିଁ। ସ୍ବାଧୀନତା ଦିବସ ପାଲନ ନେଇ ଗାଇଡଲାଇନ୍ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।
/sambad/media/post_attachments/70445c30a2f7d28e803222876d4c15d765b0b1ff6ce4538054057ceb956baffb.jpg)
ଏହି ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବିନା ଚଳିତ ବର୍ଷ ସ୍ୱାଧୀନତା ଦିବସ ସମସ୍ତ ସ୍କୁଲରେ ପାଳନ କରାଯିବ। ତେବେ ଏହି ଦିନ କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି। ଅଗଷ୍ଟ ୧୫ ତାରିଖ ଦିନ ସକାଳ ୯ଟାରୁ ୧୧ଟା ଭିତରେ ପତକା ଉତ୍ତୋଳନ କରାଯିବ। ପତକା ଉତ୍ତୋଳନ ସମୟରେ ୧୦ଜଣରୁ ଅଧିକ ସ୍କୁଲ ପରିସରରେ ଏକାଠି ହୋଇ ପାରିବେ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହିତ ପତାକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିଥିବା ବେଳେ କୌଣସି ଖାଦ୍ୟ ପଦାର୍ଥ ବଣ୍ଟନ କରାଯିବ ନାହିଁ।
/sambad/media/post_attachments/wp-content/uploads/2020/08/51977b97-ec5c-4ef2-8299-27e7778d3a05-1-778x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/IndependenceDay.jpg)