ରାଜ୍ୟରେ କୋଭିଡ୍‌ କଟକଣା ମଧ୍ୟରେ ପାଳନ ହେବ ୭୪ତମ ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କୋହଳ

ଭୁବନେଶ୍ୱର: କୋଭିଡ୍‌-୧୯ କଟକଣା ସହିତ ୭୪ତମ ସ୍ୱାଧୀନତା ଦିବସ ପାଳନ ହେବ। ଅଗଷ୍ଟ ୧୫ ତାରିଖ (ରବିବାର) ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। କୋଭିଡ ଗାଇଡଲାଇନ୍‌କୁ ଆଖି ଆଗରେ ରଖି ରାଜ୍ୟରେ ପତାକା ଉତ୍ତୋଳନ ହେବ ବୋଲି ଏଥିରେ କୁହାଯାଇଛି। ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ସକାଳ ଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯିବ।

ସ୍ୱାଧୀନତା ଦିବସ ପାଇଁ ରବିବାର ଦିନ କଟକଣା କୋହଳ ହେବ ବୋଲି ଏସ୍‌ଆରସି ପକ୍ଷରୁ ଗାଇଡଲାଇନ୍‌ରେ କୁହାଯାଇଛି। ପତାକା ଉତ୍ତୋଳନ ବେଳେ ୧୦ରୁ ଅଧିକ ଲୋକଙ୍କ ଏକତ୍ର ହୋଇପାରିବେ ନାହିଁ। କିନ୍ତୁ ଭୁବନେଶ୍ୱର, କଟକ ଓ ପୁରୀ ବାହାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୨୦ ଜଣଙ୍କୁ ଅନୁମତି। ଗାଇଡଲାଇନ୍‌ରେ ସାମାଜିକ ଦୂରତା ଓ ମାସ୍କର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଧ୍ୱଜାରୋହଣସ୍ଥଳକୁ ଠିକ୍‌ ଭାବରେ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର