ପଞ୍ଚାୟତ ନିର୍ବାଚନ ଫଳାଫଳ: କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ପଛୁଆ, ସ୍ବାଧୀନ ପ୍ରାର୍ଥୀ ଆଗୁଆ

କୋରାପୁଟ/ପଟ୍ଟାଙ୍ଗୀ : ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପ୍ରଥମ ୩ ରାଉଣ୍ଡ ସୁଦ୍ଧା ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ସକାଳ ୧୦ଟା ୩୦ ସୁଦ୍ଧା ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲ ଆଗୁଆ ରହିଛନ୍ତି । ଏହି ଖବର ପ୍ରସ୍ତୁତ ହେବା ବେଳକୁ ମମତା ଜାନିଙ୍କୁ ୮୮୮ଟି ଭୋଟ ମିଳିଥିବା ବେଳେ ଟିକାଇ ଗମେଇଙ୍କୁ ୧୨୭୯ଟି ଭୋଟ ମିଳିଛି।

ବର୍ଷକ ଭିତରେ କୋଟିଆ ଦୁଇଟି ପଂଚାୟତ ନିର୍ବାଚନ ଦେଖିଛି । ୨୦୨୧ ଫେବ୍ରୁଆରି ମାସରେ ଅଗଣତାନ୍ତ୍ରିକ ଭାବେ ଆନ୍ଧ୍ର ସେଠାରେ ପଞ୍ଚାୟତ ନିର୍ବାଚନ କରିଥିଲା । ସବୁଠୁ ବଡ଼ କଥା ହେଉଛି, ଆନ୍ଧ୍ର ସରକାର ଯେଉଁ ନିର୍ବାଚନ କରିଥିଲେ, ସେଥିରେ ମାତ୍ର ୧୭ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଓଡ଼ିଶାର ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

ନିର୍ବାଚନରେ ଆନ୍ଧ୍ର ହସ୍ତକ୍ଷେପ କରିବା ଆଶଙ୍କା କରି ସୀମା ସିଲ୍ କରି ବ୍ୟାପକ ଫୋର୍ସ ମୂତୟନ କରିଥିଲା ଓଡ଼ିଶା । ସମ୍ବେଦନଶୀଳ ବୁଥଗୁଡିକ ଉପରେ ନଜର ରଖିଥିଲା ପୁଲିସ । ଆନ୍ଧ୍ର ଷଡଯନ୍ତ୍ରକୁ ଜବାବ ଦେବା ପାଇଁ ସବୁ ଦଳ ଏକାଠି ହୋଇଥିଲେ । ଜିଲ୍ଲା ପରିଷଦ ଜୋନ୍ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଦେଇଥିଲେ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍ ।

ସମ୍ବନ୍ଧିତ ଖବର