ହାର ମାନିଛି କୋରାପୁଟ ଜିଲ୍ଲାର ସର୍ବଦଳ। ଗୋଟିଏ ପଟେ ସବୁଦଳ ନେତାଙ୍କ ସହ ପ୍ରାର୍ଥୀ ମମତା ଜାନୀରହିଥିବାବେଳେ ୭ଟି ପଞ୍ଚାୟତର ଲୋକେ ଥିଲେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ପାଖରେ। ସବୁ କଳ୍ପନା ଜଲ୍ପନାକୁ ଅନ୍ତ ଘଟାଇ ୩୭୦୦ ଭୋଟରେ ବିଜୟ ଲାଭ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ତଥା କୋଟିଆର ଝିଅ ଟିକାଇ ଗମେଲ। ଏହାସହ କୋରାପୁଟ ଜିଲ୍ଲା ପଟାଙ୍ଗୀ ଜୋନ-୧ରେ ଚିତ୍ପାଟାଙ୍ଗ ମାରିଛି ସର୍ବଦଳ। ବିଜେପି, ବିଜେଡି ଓ କଂଗ୍ରେସ ମମତା ଜାନୀଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କ ବିରୋଧରେ ଛିଡା ହୋଇଥିବା ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଟିକାଇ ୧୦୩୫୪ ଭୋଟ ପାଇଥିବାବେଳେ ମମତା ୬୬୪୪ଟି ଭୋଟ ପାଇଥିଲେ।
ଏହି ଜୋନର କୋଟିଆରେ ୫୧୯୭ ଭୋଟରରୁ ୩୯୬୬ଟି ଭୋଟ ପଡିଥିବାବେଳେ ମମତାଙ୍କୁ ୧୬୧୬, ଟିକାଇକୁ ୨୦୭୦ ଭୋଟ ଓ ୨୮୦ଟି ଭୋଟ ନକଚ ମିଳିଛି। ଗାଙ୍ଗରାଜପୁରରେ ୨୧୦୪ରୁ ୧୭୯୯ ମିଳିଥିବାବେଳେ ମମତାଙ୍କୁ ୭୦୯, ଟିକାଇଙ୍କୁ ୧୦୧୦ ଓ ୮୭ଟି ଭୋଟ ନାକାଚ ହୋଇଛି। ଦେଓପଟାଙ୍ଗୀରେ ୨୦୯୫ରୁ ୧୮୨୫ ଭୋଟ ମିଳିଥିବାବେଳେ ମମତାଙ୍କୁ ୭୨୮, ଟିକାଇଙ୍କୁ ୧୦୧୦ ଓ ୮୭ଟି ଭୋଟ ନାକଚ ହୋଇଛି। ନୂଆଗାଁରେ ୧୬୮୮ରୁ ୧୪୪୭ ରହିଥିବାବେଳେ ମମତାଙ୍କୁ ୭୬୭, ଟିକାଇଙ୍କୁ ୬୩୦ ଓ ୮୩ଟି ଭୋଟ ନାକଚ ହୋଇଛି। ପଟାଙ୍ଗୀରେ ୪୪୬୧ରୁ ୩୨୨୦ ମିଳିଥିବାବେଳେ ମମତାଙ୍କୁ ୯୫୭, ଟିକାଇଙ୍କୂ ୨୦୫୯ ଓ ୨୦୪ଟି ଭୋଟ ନାକଚ ହୋଇଛି। ପୁକାଲିରେ ୩୯୮୩ରୁ ୩୩୭୨ଟି ଭୋଟରୁ ମମତାଙ୍କୁ ୧୩୨୭, ଟିକାଇଙ୍କ ୧୮୫୪ ଓ ୧୯୧ଟି ଭୋଟ ନାକଚ ହୋଇଛି। ମାଲିପୁଟରେ ୨୭୯୦ ଭୋଟରଙ୍କ ମଧ୍ୟରୁ ୨୩୭୮ଟି ଭୋଟ ପଡିଥିବାବେଳେ ମମତାଙ୍କୁ ୫୪୦, ଟିକାଇଙ୍କୁ ୧୭୩୦ ଓ ୧୧୮ଟି ଭୋଟ ନାକଚ ହୋଇଛି।
ମୋଟ ୨୨୩୧୮ ଭୋଟର ରହିଥିବାବେଳେ ୧୮୦୬୦ଟି ଭୋଟ ପଡିଥିଲା ସେଥିରୁ ୧୦୫୨ଟି ନାକଚ ହୋଇଛି। ସେଥିରୁ ଟିକାଇ ୧୦ହଜାର୩୫୪ରୁ ଅଧିକ ଭୋଟ ପାଇଥିବାବେଳେ ୬୬୪୪ ଭୋଟ ପାଇଥିଲେ। ଏନେଇ ପଟାଙ୍ଗୀ ବିଡିଓ ସୂଚନା ଦେଇଥିବାବେଳେ ଖୁସିରେ ବିଭୋର ରହିଛନ୍ତି। ତେବେ ଏହାକୁ ନେଇ ଜୟପୁର ବଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତି କହିଛନ୍ତି ଆମେ ଯେପରି ଭାବେ ପ୍ରଚାର ପ୍ରସାର କରିବା କଥା ଆମେ କରିପାରୁଲୁନାହିଁ। ନିଜ ନିଜ କାମରେ ରହିଯାଇ ଏହାକୁ ଅଣଦେଖା କରିଦେବାରୁ ପରାଜୟର ସମ୍ମୁଖୀନ ହୋଇଛୁ। ଆମେ ଜନମତକୁ ସ୍ବାଗତ କରୁଛୁ, ଜନତା ଜନାର୍ଦ୍ଧନ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଆମେ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି।
ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ଯେଉଁ ଭାବେ ଆମେ ଯେଉଁ ଭାବେ ଧ୍ୟାନ ଦେବା କଥା ଦେଇପାରିଲୁନାହିଁ। ସମନ୍ବୟର ଅଭାବ ରହିବା ସର୍ବଦଳର ପ୍ରାର୍ଥୀ ପରାଜିତ ହେଲା। ଟିକାଇଙ୍କ ବିଜୟ ଓଡ଼ିଶାର ବିଜୟ । ଆମର ଆନ୍ଧ୍ର ସହ ଲଢେଇଥିଲା, ଟିକାଇକୁ ଆମେ ଶୁଭେଶ୍ଚା ଜଣାଉଛୁ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ ଜନମତକୁ ଆମେ ସ୍ବାଗତ କରୁଛୁ। ଢୋଲ ଭିତରେ ମୁଷା ରହି ଆନ୍ଥର୍ଘାତୀ କାମ କରିଛନ୍ତି। ନାଁ କୁ କେବଳ ସର୍ବଦଳୀୟ ହୋଇଥିଲେ। ଦଳ ପାଇଁ କେଉଁ ଦଳ ପ୍ରଚାର କରିଲାନି। ଫଳରେ ସର୍ବଦଳୀୟ ପ୍ରାର୍ଥୀ ପରାଜିତ ହେଲା ବୋଲି ସେ କହିଛନ୍ତି। ଏନେଇ ଟିକାଇ ଗେମେଲ କହିଛନ୍ତି ଯେ ଏହି ବିଜୟ ମୋର ବିଜୟ ନୁହେଁ ପଟାଙ୍ଗୀର ୭ଟି ପଞ୍ଚାୟତବାସୀଙ୍କ ବିଜୟ। ଲୋକଙ୍କ ପାଇଁ ମୁଁ କାମ କରିବି। ପଟାଙ୍ଗୀ ଜୋନ-୧ରେ ବିକାଶ ପାଇଁ ମୁଁ ସବୁବେଳେ ରହିବି ବୋଲି କହିଛନ୍ତି।