କଟକ : ଆସନ୍ତା ମାସ ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ରାଜ୍ୟ ସରକାର ଦର୍ଶକଙ୍କୁ ଆସିବାକୁ ଅନୁମତି ଦେଇଛନ୍ତି। ଫଳରେ ଷ୍ଟାଡିୟମ ଭିତରେ ଦର୍ଶକଙ୍କୁ ଅନୁମତି ମିଳିବାକୁ ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ତାହା ଦୂର ହୋଇଛି। ଏହି ମ୍ୟାଚ୍ ପାଇଁ ଓସିଏ କର୍ମକର୍ତ୍ତାଙ୍କ ସହିତ ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକୁ ନେଇ ପ୍ରାଥମିକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ଆଲୋଚନା ହେବା ପରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଦର୍ଶକଙ୍କୁ ଷ୍ଟାଡିୟମ ଆସିବା ନେଇ ରାଜ୍ୟ ସରକାର ଅନୁମତି ଦେଇଥିବା ସ˚କ୍ରାନ୍ତରେ ସୂଚନା ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଦର୍ଶକମାନେ ପୂର୍ଣ୍ଣମାତ୍ରାରେ ଷ୍ଟାଡିୟମକୁ ଆସିଲେ କୌଣସି ଅସୁବିଧା ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ମ୍ୟାଚ ପାଇଁ ଉଭୟ
ଦଳ ୧୦ ତାରିଖରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ମେ ଫେୟାର ହୋଟେଲରେ ଖେଳାଳିମାନଙ୍କ ରହିବା ବ୍ୟବସ୍ଥା ହୋଇଥିଲା ବେଳେ ୧୧ ତାରିଖରେ ଅଭ୍ୟାସ ଓ ୧୨ ତାରିଖରେ ମ୍ୟାଚ୍ ଖେଳାଯିବ। ୧୩ ତାରିଖରେ ଉଭୟ ଦଳ ଭୁବନେଶ୍ବରରୁ ବିଦାୟ ନେବେ।
ଜୁନ୍ ୧ ତାରିଖରୁ ଟିକଟ୍ ବିକ୍ରି ଆରମ୍ଭ ହେବ। ବାରବାଟୀ ଷ୍ଟାଡିୟମରେ ୪୪୨୩୪ ଦର୍ଶକ ବସିବା କ୍ଷମତା ରହିଥିଲା ବେଳେ ସେଥିରୁ ୨୯୧୫୪ ଟିକଟ୍ ବିକ୍ରି କରାଯିବ। ଏଥିରୁ ୮ ହଜାର ଟିକଟ୍ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାଙ୍କ ପାଇଁ ବିକ୍ରି ହେବ ଏବ˚ ୨୧୧୫୪ ଟିକଟ୍ ଅନ୍ଲାଇନ୍ ଓ କାଉଣ୍ଟରରେ ବିକ୍ରି ହେବ। ପ୍ରଥମେ ୫ ହଜାର ଟିକଟ୍କୁ ଅନ୍ଲାଇନ୍ରେ ଛଡ଼ାଯିବ। ପେଟିଏମ୍ ଦ୍ବାରା ଅନ୍ଲାଇନ୍ରେ ଟିକଟ୍ ବିକ୍ରି ହେବ। ଜୁନ୍ ୯ରୁ ୧୨ ତାରିଖ ମଧ୍ୟରେ କେମ୍ବ୍ରିଜ ସ୍କୁଲ୍ ଓ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲ୍ ସହିତ ଭୁବନେଶ୍ବରରେ ଦୁଇଟି ସ୍ଥାନରେ କାଉଣ୍ଟର ଖୋଲାଯାଇ ଅନ୍ଲାଇନ୍ ଟିକଟ୍ ସ˚ଗ୍ରହ କରାଯାଇପାରିବ। ଏହାବାଦ୍ ଜୁନ୍ ୭ ଓ ୮ ତାରିଖରେ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାମାନଙ୍କୁ ଓସିଏ କନଫରେନ୍ସ ହଲ୍ରେ ଟିକଟ୍ ବିକ୍ରି କରାଯିବ। ସାଧାରଣ ଦର୍ଶକଙ୍କ ପାଇଁ ଜୁନ୍ ୯ ଓ ୧୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକଟ୍ ବିକ୍ରି ହେବ। ଜଣେ ନିଜର ପରିଚୟ ପତ୍ର ଦେଖାଇ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକଟ୍ କିଣିପାରିବେ। ଟିକଟ୍ କାଉଣ୍ଟରର ସୁରକ୍ଷା ପାଇଁ ସିସି କ୍ୟାମେରା ଲଗାଯିବ।
/sambad/media/post_attachments/wp-content/uploads/2022/05/ticket-300x185.jpg)
ଚଳିତ ମ୍ୟାଚ୍ ପାଇଁ ଟିକଟ୍ ଦର ବୃଦ୍ଧି କରାଯାଇଛି। ଗ୍ୟାଲେରି ନମ୍ବର ୧, ୩ ଓ ୫ର ଦାମ୍ ୯୦୦ ଟଙ୍କା ରଖାଯାଇଥିଲା ବେଳେ ୨ ଓ ୪ ନମ୍ବର ଗ୍ୟାଲେରିର ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି। ମରାମତି ହୋଇଥିବା ୭ ନମ୍ବର ଗ୍ୟାଲେରିର ମୂଲ୍ୟ ୬୦୦ ଟଙ୍କା, ୬ ନମ୍ବର ଗ୍ୟାଲେରିକୁ ଖେଳାଳି ରିହାତି ଭାବରେ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାବାଦ୍ ସ୍ପେସାଲ ଏନ୍କ୍ଲୋଜର ୫୦୦୦ ଟଙ୍କା, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିୟନ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୧୨୦୦୦ ଟଙ୍କା ରଖାଯାଇଛି।
ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକ ତଥା ବିସିସିଆଇ, ଓସିଏ ଏବ˚ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ୫ଟି ସ୍ଥାନରେ ପାର୍କି˚ର ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ପାଇଁ ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ଷ୍ଟାଣ୍ତ କରାଯାଇଛି। ଓସିଏ ସଦସ୍ୟ ଓ ଅନ୍ୟ ଅତିଥିଙ୍କ ପାଇଁ କ୍ରିକେଟ୍ ଏକାଡେମୀ ପଡ଼ିଆ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍, ବିସିସିଆଇ ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ସେଣ୍ଟ ଜାଭିୟର୍ସ ସ୍କୁଲ୍ ପରିସରରେ, ବିଚାରପତି ଓ ପ୍ରସାରଣ ଟିମ୍ଙ୍କ ପାଇଁ ହର୍ସ ଗେଟ୍ ସମ୍ମୁଖରେ ପାର୍କି˚ ବ୍ୟବସ୍ଥା କରାଯାଉଛି।
ମ୍ୟାଚ୍ ଦେଖିବା ପାଇଁ ଗ୍ୟାଲେରି ସିଟ୍ଗୁଡ଼ିକୁ ନମ୍ବର କରାଯାଉଛି। ଟିକଟ୍ରେ ଛପାଯାଇଥିବା ସିଟ୍ ନମ୍ବର ଅନୁସାରେ ଦର୍ଶକମାନେ ସେମାନଙ୍କ ସ୍ଥାନରେ ବସିବେ। ମ୍ୟାଚ୍ ପାଇଁ ପଡ଼ିଆ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଦର୍ଶକଙ୍କ ପାଇଁ ବୀମା କରାଯାଇଛି। ପାଖାପାଖି ୫୦ କୋଟି ଟଙ୍କାର ବୀମା କରାଯାଇଛି। ଯେଉଁଥିରୁ ମ୍ୟାଚ୍ ବାତିଲ ହେଲେ ୧୦ କୋଟି, ଅଗ୍ନିକାଣ୍ତ ଜନିତ ସାମଗ୍ରୀ ନଷ୍ଟ ହେଲେ ୧୦ କୋଟି, ଦର୍ଶକଙ୍କ ପାଇଁ ୨୫ କୋଟି ଏବ˚ ଗ୍ରୁପ୍ ପଲିସି ଅନୁଯାୟୀ ୫ କୋଟି ଟଙ୍କା ବୀମା କରାଯାଇଛି।
/sambad/media/post_attachments/wp-content/uploads/2022/01/barabati-stadium-300x213.jpg)
ସୁରକ୍ଷା ଜନିତ କାରଣ ପାଇଁ ପଡ଼ିଆର ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସି କ୍ୟାମେରା ଲଗାଯାଉଛି। ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ସହିତ ଆଲୋଚନା କରାଯାଇଛି। ସମସ୍ତଙ୍କ ସୁରକ୍ଷା ପାଇଁ କ'ଣ କ'ଣ ଆବଶ୍ୟକତା ରହିଛି, ତାହା ଓସିଏକୁ ଜଣାଇଦିଆଯିବ। ସେହି ଅନୁସାରେ ଓସିଏ ପକ୍ଷରୁ ସୁରକ୍ଷା ଜନିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି। ଏହାବାଦ୍ ଫାୟାର ବଲ୍, ଫାୟାର ବ୍ଲାଙ୍କେଟ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅଗ୍ନିନିର୍ବାପକ ବ୍ୟବସ୍ଥା ମ୍ୟାଚରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍ ମୁତୟନ ଉପରେ କମିସନରେଟ ପୁଲିସ୍ର ପରେ ବୈଠକ ବସିବ। ତେବେ ଜୁରୁରୀକାଳୀନ ପରିସ୍ଥିତି ପାଇଁ ଦୁଇଟି ଗେଟ୍ ରଖାଯିବ ଏବ˚ ସୁରକ୍ଷା ବ୍ୟବସ୍ଥା ସହିତ ପାଖାପାଖି ୫୦ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯିବ ବୋଲି ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି।
ପଡ଼ିଆରେ ଦର୍ଶକଙ୍କ ପାଇଁ ପିଇବା ପାଣି, ଖାଦ୍ୟ ଯୋଗାଇଦିଆଯିବ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଷ୍ଟଲ୍ ଗ୍ୟାଲେରିରେ ରହିବ। ଏଥିସହ ଗ୍ୟାଲେରିଗୁଡ଼ିକରେ ଶୌଚାଳୟ ରହିବା ସହ ସଫେଇ କର୍ମଚାରୀ ମଧ୍ୟ ନିୟୋଜିତ ହେବେ। ଷ୍ଟାଡିୟମକୁ ଆସିବା ବେଳେ ଦର୍ଶକଙ୍କ ପାଇଁ କିଛି ସାମଗ୍ରୀ ଆଣିବା ଉପରେ ବାରଣ କରାଯାଇଛି। ସେସବୁ ଟିକଟ ପଛପଟେ ଛପାଯିବ। ପଲିଥିନ୍ ବର୍ଜନ ପାଇଁ ମଧ୍ୟ ଓସିଏ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଏଥିସହିତ ମୌସୁମୀ ଆସୁଥିବାରୁ ବର୍ଷାରୁ ପଡ଼ିଆକୁ ରକ୍ଷା କରିବାକୁ ସ˚ପୂର୍ଣ୍ଣ ଘୋଡ଼ାଇ ହେଉଥିବା କଭରକୁ ଇ˚ଲଣ୍ତରୁ ମଗାଯାଉଛି। ତାହାକୁ ପକାଇବା ପାଇଁ ୨୫ଜଣ ସ୍ବତନ୍ତ୍ର କର୍ମଚାରୀ କୋଲକାତା ଇଡେନ୍ ଗାର୍ଡେନ୍ରୁ କଟକ ଆସିବେ। ଏଠାରେ ସେମାନଙ୍କର ୩ଦିନ ପାଇଁ ରହିବା ବ୍ୟବସ୍ଥା କରାଯାଉଛି। ୧୨ବର୍ଷ ତଳେ ନିର୍ମାଣ କରାଯାଇଥିବା ଖେଳାଳିଙ୍କ ଡ୍ରେସି˚ ରୁମ୍କୁ ନୂଆ ରୂପ ଦିଆଯାଉଥିବା ସ˚ଜୟ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆର୍ଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଭୁବନେଶ୍ବର ଡିସିପି ପ୍ରତୀକ ସି˚ହ, କଟକ ଡିସିପି ପିନାକ ମିଶ୍ର, ସିଏମ୍ସି କମିସନର ଅନନ୍ୟା ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏବ˚ ଅନ୍ୟାନ୍ୟ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।