ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟନସିପ: ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରି ଟ୍ରଫି ହାତେଇଲା ଭାରତ

ଭୁବନେଶ୍ବର: ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ। କଳିଂଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପାଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ। ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ଚମ୍ପିଅନ୍‌ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫି ପ୍ରଦାନ କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମ୍ୟାଚକୁ ଶୁଭାରମ୍ଭ କରିଥିଲେ। ଏହା ପରେ ନବୀନ ପୂରା ମ୍ୟାଚକୁ ଉତ୍ସାହର ସହିତ ଦେଖିଥିଲେ।

ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ ୧-୧ରେ ସମାନ ସ୍ଥିତିରେ ଥିଲେ। ସେହିପରି ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା ୨-୨ରେ ରହିଥିଲେ। ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା। ତେବେ ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା ଏବଂ ଏକ୍ସଟ୍ରା ଟାଇମରେ ଭାରତ ୩ଟି ଗୋଲ ସ୍କୋର କରି ୫-୨ରେ ବିଜୟ ହାସଲ କରିଛି। ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସିପ ଟ୍ରଫି ନିଜ ନାଁରେ କରିଛି।୨୦୧୯ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରେଇ ଚାମ୍ପିୟନ ହୋଇଥିଲା

 

ସମ୍ବନ୍ଧିତ ଖବର