ଏଫ୍‌ଆଇଏଚ୍‌ ପ୍ରୋ ଲିଗ ହକି: ନ୍ୟୁଜଲାଣ୍ଡକୁ ୭-୪ ଗୋଲରେ ହରେଇଲା ଭାରତ

ଭୁବନେଶ୍ବର: ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତ ଶୁକ୍ରବାର ଦମଦାର ବିଜୟ ହାସଲ କରିଛି। ଘରୋଇ ପଡ଼ିଆରେ ନ୍ୟୁଜଲାଣ୍ଡକୁ ଭାରତ ୭-୪ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ ହକି ମ୍ୟାଚ ଆଜିର ମ୍ୟାଚରେ ଆରମ୍ଭରୁ ନ୍ୟୁଜଲାଣ୍ଡ ଆକ୍ରମଣାତ୍ମକ ଖେଳ ଦେଖେଇଥିଲା। ହେଲେ ଭାରତ ଦ୍ୱିତୀୟ ହାଫ୍‌ରେ ଫର୍ମକୁ ଫେରିଥିଲା। ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ। ଏହି ବିଜୟ ସହ ନ୍ୟୁଜଲାଣ୍ଡ ବିପକ୍ଷରେ ଚଳିତ ପ୍ରୋ ଲିଗରେ ଭାରତର ଦ୍ୱିତୀୟ ବିଜୟ ହୋଇଛି। ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ ସ୍ପେନ୍‌ ନିକଟରୁ ୩-୪ରେ ହାରିଯାଇଥିଲା।

ସମ୍ବନ୍ଧିତ ଖବର