ରାଉରକେଲା:ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଗୁରୁବାର ଖେଳାଯାଇଥିବା ଭାରତ-ନେଦରଲାଣ୍ଡ୍ସ ଦ୍ବିତୀୟ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଛି। ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଉତ୍କୃଷ୍ଟ ପ୍ରଦର୍ଶନକରି ପ୍ରତିପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। କିନ୍ତୁ ମ୍ୟାଚ୍ ଶେଷସୁଦ୍ଧା ସ୍କୋର୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ତେବେ ସୁଟ୍ ଆଉଟ୍ରେ ନେଦରଲାଣ୍ଡ୍ସ ୪-୨ ଗୋଲ୍‌ରେ ଭାରତକୁ ପରାସ୍ତକରି ବାଜି ମାରିନେଇଛି।
Advertisment
ଶକ୍ତିଶାଳୀ ନେଦରଲାଣ୍ଡ୍ସ ଓ ଘରୋଇ ଭାରତର ମ୍ୟାଚ୍ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌କୁ ମନଭରି ଉପଭୋଗ କରିଥିଲେ ଦର୍ଶକ। ମ୍ୟାଚ୍‌ର ପ୍ରଥମ ମିନିଟ୍‌ ନେଦରଲାଣ୍ଡ୍ସ ତାର’ ଚିରାଚରିତ ଆକ୍ରମଣାତ୍ମକ ଶୈଳୀ ଆପପଣେଇଥିଲା। ମ୍ୟାଚ୍ର ୪ର୍ଥ ମିନିଟ୍‌ରେ ଏହାର ସୁଫଳ ବି ମିଳିଥିଲା। ନେଦରଲାଣ୍ଡ୍ସର ଫ୍ଲୋରିସ୍ ମିଡେନଡର୍ପ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ଏହାପରେ ନେଦରଲାଣ୍ଡ୍ସ ଆକ୍ରମଣକୁ ବ୍ୟାପକ କରିଥିଲେ ମଧ୍ୟ ଭାରତୀୟ ଖେଳାଳି ସଫଳତାର ସହ ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ। ଭାରତ ଦ୍ବିତୀୟ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଗୋଲ୍ ସ୍କୋର୍ କରିପାରିନଥିଲା। ୩୪ ମିନିଟ୍ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା ନ କରି ଭାରତୀୟ ତାରକା ହାର୍ଦ୍ଦିକ ସିଂହ ଏକ ଗୋଲ୍ରେ ପରିଣତ କରିବାରୁ ସ୍କୋର ୧-୧ ଗୋଲ୍‌ରେ ବରାବର ହୋଇଥିଲା। ଚତୁର୍ଥ କ୍ବାର୍ଟରରେ ବି ଗୋଲ୍ କରିବାକୁ ଉଭୟ ଦଳ ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କ ସୁନ୍ଦର ରକ୍ଷଣଭାଗ ଯୋଗୁଁ କେହି ସଫଳ ହୋଇନଥିଲେ। ଫଳରେ ସୁଟ୍ଆଉଟ୍‌ ସହାୟତା ନିଆଯାଇଥିଲା।

publive-image

ରାଉରକେଲା: ଆଜିର ମ୍ୟାଚ୍ ମୁଖ୍ୟ ଅତିଥି ଥିଲେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତକ ପାଣ୍ଡିଆନ। ମ୍ୟାଚ୍‌ ଆରମ୍ଭରୁ ପଡ଼ିଆ ଭିତରକୁ ଯାଇ ଖେଳାଳିଙ୍କ ସହ କରମର୍ଦ୍ଧନ କରିବାସହ ହାଫ୍ଟାଇମ୍ବେଳେ ଶ୍ରୀ ପାଣ୍ଡିଆନ ପଡ଼ିଆ ଭିତରକୁ ଯାଇଥିଲେ। ଏହିଅବସରରେ ଶ୍ରୀ ପାଣ୍ଡିଆନ କହିଲେ, ସୁନ୍ଦରଗଡ଼ ଜିଲ୍ଲାରେ ହକି ବେଶ୍ ପ୍ରସିଦ୍ଧ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ବିଶ୍ବର ସର୍ବବୃହତ ଷ୍ଟାଡିୟମ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଷ୍ଟାଡିୟମ ହେଉଛି ଏଠାକାର ହକିପ୍ରେମୀଙ୍କ ପାଇଁ ଏକ ସ୍ବତନ୍ତ୍ର ଭେଟି। ଏହି ଷ୍ଟାଡିୟମ ପାଇଁ ରାଉରକେଲା ବିଶ୍ବ ହକି ଜଗତରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟିକରିପାରିଛି। ଏଠାକାର ଦର୍ଶକ ହକି ପାଇଁ ସର୍ବୋତ୍ତମ ପରିବେଶ ସୃଷ୍ଟି କରିଥାନ୍ତି। ଏହାସହ ଅଧ୍ୟକ୍ଷ କହିଲେ, ଭାରତ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି। ସେହିଭଳି, ସମସ୍ତ କ୍ରୀଡ଼ା ପରିଚାଳନାରେ ଅଧିକ ବୃତ୍ତିଗତତା ଆଣିବା ଆବଶ୍ୟକ। କର୍ପୋରେଟ୍ ସଂସ୍ଥାଗୁଡ଼ିକ କ୍ରୀଡ଼ାରେ ବିନିଯୋଗ ଆରମ୍ଭ କରିବା ସହ ଫେଡେରେସନ, ସରକାରଙ୍କ ସହ ଅଂଶୀଦାର ହେବା ଆବଶ୍ୟକ ବୋଲି କହିଥିଲେ।