ଆଡିଲେଡ୍: ଆଡିଲେଡ୍ରେ କୋହଲି କମାଲ। ତା’ ସହ ଶେଷ ଓଭରରେ ଧୋନିଙ୍କ ଧମାଲ। ଭାରତର ରୋମାଞ୍ଚକର ବିଜୟ। ଅଧିନାୟକ ବିରାଟ କୋହଲିଙ୍କ ଶତକ ସହ ଧୋନିଙ୍କ ଚିତାକର୍ଷକ ଅର୍ଧଶତକ ବଳରେ ମଙ୍ଗଳବାର ଭାରତ ଏଠାରେ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ଧୂଳି ଚଟାଇଛି। ଏହାସହିତ ସିଡ୍ନି ପରାଜୟର ପ୍ରତିଶୋଧ ନେଇଛି। ତିନି ଟିକିଆ ଶୃଙ୍ଖଳାକୁ ମଧ୍ୟ ୧-୧ ସ୍ତରକୁ ନେଇ ଆସିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଭାରତ ୪୯.୨ ଓଭରରେ ୪ ୱିକେଟ୍ ବିନିମୟରେ ୨୯୯ ରନ୍ କରି ବିଜୟୀ ହୋଇଛି। (ଅଧିକ ରିପୋର୍ଟ: ଖେଳ ପୃଷ୍ଠା)
ଭାରତର ଆଡିଲେଡ୍ ଦଖଲ
/sambad/media/post_attachments/wp-content/uploads/2019/01/Untitled-28-3.jpg)