ଭୁବନେଶ୍ୱର: ନୂଆଦିଲ୍ଲୀରେ ଇଣ୍ଡିଆ ସ୍କିଲ୍ସ୍ ନ୍ୟାସ୍ନାଲ୍-୨୦୧୮ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରତିେଯାଗିତାେର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୦୦ ଜଣ ପ୍ରତିଯୋଗୀ ୪୬ଟି ସ୍କିଲ୍, ୧୦ଟି ପାରମ୍ପରିକ ସ୍କିଲ୍ ଓ ୪ଟି ଡେମୋ ସ୍କିଲ୍ରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତାରେ ବିଜେତାମାନଙ୍କୁ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଉଦ୍ଯାପନୀ ଉତ୍ସବରେ ସମ୍ମାନିତ କରାଯିବ। ସେମାନେ ୨୦୧୯ ଅଗଷ୍ଟରେ କାଜାନରେ ହେବାକୁ ଥିବା ବିଶ୍ବ ସ୍କିଲ୍ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେବେ। ଶ୍ରୀ ପ୍ରଧାନ କହିଥିେଲ, ପ୍ରତିଯୋଗୀମାନେ ଆଞ୍ଚଳିକ ସ୍ତରରେ ଭଲ ପ୍ରଦର୍ଶନ କରି ଜାତୀୟ ସ୍ତରକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତକୁ ବିଶ୍ବର ସ୍କିଲ୍ କ୍ୟାପିଟାଲ୍ ଭାବେ ଗଢ଼ି ତୋଳିବା ପାଇଁ ଭିଜନ ରହିଛି। ଏହି ପ୍ରତିଯୋଗିତା ସେହି ଭିଜନ୍କୁ ପୂରଣ କରିବା ଦିଗରେ ଏକ ପଦକ୍ଷେପ।
ଇଣ୍ଡିଆ ସ୍କିଲ୍ସ୍ ନ୍ୟାସ୍ନାଲ୍-୨୦୧୮ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/10/Skill-India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)