ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦: ଜୁନ୍‌ ୧ରୁ ପେଟିଏମ୍‌, ଇନ୍‌ସାଇଡରରେ ଅନ୍‌ଲାଇନ୍‌ ଟିକଟ ବିକ୍ରି

କଟକ : ବାରବାଟୀ ଷ୍ଟାଡିୟମରେ ଜୁନ୍‌ ୧୨ ତାରିଖରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ୧ ତାରିଖରୁ ଅନ୍‌ଲାଇନ୍‌ ମାଧ୍ୟମରେ ଟିକଟ ବିକ୍ରି କରାଯିବ। ପେଟିଏମ୍‌ ଓ ଇନ୍‌ସାଇଡର ୱେବସାଇଟ୍‌ରେ ଟିକଟ୍‌ ବୁକ୍‌ କରିବା ପାଇଁ ଦିନ ୧୧ଟାରୁ ଲିଙ୍କ୍‌ ଦିଆଯିବ। ଯିଏ ବୁକ୍‌ କରିବେ ତାଙ୍କର ବୈଧ ଇ-ମେଲ ଆଇଡି, ମୋବାଇଲ୍‌ ନମ୍ବର, ସରକାରୀ ପରିଚୟ ପତ୍ର ଇତ୍ୟାଦି ରହିଥିବା ନିହାତି ଆବଶ୍ୟକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପେଟିଏମ୍‌ର ପ୍ରତିନିଧି ହରି ଗୁଣ୍ତଲାପଲି ଏବ˚ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି। ଏଥର ଅନ୍‌ଲାଇନ୍‌ରେ ଗ୍ୟ‌ାଲେରି ନଂ ୨, ୪, ୭, ସ୍ପେସାଲ ଏନ୍‌କ୍ଲୋଜର ବ୍ଲକ ଏ’, ୪ ନମ୍ବର ଗ୍ୟାଲେରି ଏସି ବକ୍ସ, ନିଉ ପାଭିଲିୟନ-୧ର ମୋଟ ୫ ହଜାର ଟିକଟ ବିକ୍ରି ପାଇଁ ଛଡ଼ାଯାଇଛି। ଟିକଟ୍‌ ସ˚ଗ୍ରହ ପାଇଁ କଟକ ଓ ଭୁବନେଶ୍ବରରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ଦର୍ଶକମାନେ ଟିକେଟ୍‌ ବୁକି˚ ପାଇଁ ପ୍ରଥମେ ପେଟିଏମ୍‌ର ଆପ୍‌ କିମ୍ବା www.insider.in ୱେବ ପୋର୍ଟାଲକୁ ଯିବାକୁ ହେବ। ସେଥିରେ ଇ-ମେଲ ଓ ମୋବାଇଲ୍‌ ନମ୍ବର ଦେଇ ପ୍ରଥମେ ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ। ଟିକଟ କିଣିବାକୁ ଦିଆଯାଇଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ସ୍ଥାନ ‘କଟକ’ ଓ ଇଭେଣ୍ଟ ‘IND v SA 2nd T20I Trophy’ କୁ ବାଛିବାକୁ ହେବ। ଏହାପରେ ଜଣେ ଟିକଟD କିଣିବାକୁ ଦିଆଯାଇଥିବା ଅପ୍‌ସନ୍‌ରେ କ୍ଲିକ୍‌ କରି ଆଗକୁ ଯାଇପାରିବ। ‘ବାଏ ନାଓ’ରେ କ୍ଲିକ୍‌ କରିବା ପରେ ଗ୍ୟାଲେରି ନାମ, ଟିକଟ୍‌ ସ˚ଖ୍ୟା ପ୍ରଦାନ କରି ଆଗକୁ ଯିବାକୁ ହେବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ୍‌ ବୁକି˚ କରିପାରିବେ। ପରେ ନିଜର ପରିଚୟ ପତ୍ର ବାଛି ତାହାର ନମ୍ବର ଓ ପରିଚୟ ପତ୍ରରେ ଥିବା ନାମକୁ ଦିଆଯାଇଥିବା ସ୍ଥାନରେ ପୂରଣ କରିବାକୁ ପଡ଼ିବ। ଟିକଟ୍‌ କେଉଁ ସମୟରୁ ସ˚ଗ୍ରହ କରିବ ତାହାର ସମୟ ଚୟନ କରିବାକୁ ହେବ। ପରବର୍ତ୍ତୀ ପୃଷ୍ଠାକୁ ଯିବା ପରେ ସେଠାରେ ନିଜର ନାମ, ମୋବାଇଲ୍‌ ନମ୍ବର ଓ ଇ-ମେଲ ଦେଇ ଟିକଟ୍‌ ମୂଲ୍ୟ ଅନ୍‌ଲାଇନ୍‌ରେ ଦାଖଲ କରିବାକୁ ହେବ। ଦିଆଯାଇଥିବା ପେମେଣ୍ଟ ବିକଳ୍ପକୁ ଚୟନ କରି ଟିକଟ୍‌ ମୂଲ୍ୟ ପୈଠ କରିବେ। ଟିକଟ୍‌ ବୁକି˚ ହୋଇଯିବା ପରେ ତାହାର ବିବରଣୀକୁ ସ˚ପୃକ୍ତ ଗ୍ରାହକଙ୍କ ମୋବାଇଲ୍‌ ଓ ଇ-ମେଲ୍‌କୁ ପଠାଇ ଦିଆଯିବ। ଯେଉଁଦିନ ଟିକଟ୍‌ ସ˚ଗ୍ରହ କରିବେ, ସେଠାରେ ଧାର୍ଯ୍ୟ ସମୟ ମଧ୍ୟରେ ପହଞ୍ଚି ଅନ୍‌ଲାଇନ୍‌ରେ ଦେଇଥିବା ପରିଚୟ ପତ୍ରକୁ ଯାଞ୍ଚ କରିବେ ଏବ˚ ସବୁକିଛି ଠିକ୍‌ଠାକ୍‌ ରହିଲେ ଉପସ୍ଥିତ ଅଧିକାରୀମାନେ ଟିକଟ୍‌ ପ୍ରଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଅନ୍‌ଲାଇନ୍‌ ଟିକଟ୍‌ଗୁଡ଼ିକୁ ଦର୍ଶକମାନେ ୯ରୁ ୧୨ ତାରିଖ ମଧ୍ୟରେ ସ˚ଗ୍ରହ କରିପାରିବେ। କଟକର କେମ୍ବ୍ରିଜ ସ୍କୁଲ୍‌ ଓ ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ୍‌ରେ ଟିକଟ୍‌ ସ˚ଗ୍ରହ ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ସ୍କୁଲ୍‌ରେ ୩ଟି ଲେଖାଏଁ କାଉଣ୍ଟର ରହିବ। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିକଟ୍‌ ଦିଆଯିବ ଏବ˚ ୧୨ ତାରିଖରେ ସକାଳ ୭ଟାରୁ ୩ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍‌ଲାଇନ୍‌ରୁ ବଳକା ଟିକଟ୍‌ ସାଧାରଣ କାଉଣ୍ଟରରେ ବିକ୍ରି ପାଇଁ ଛାଡ଼ିଦିଆଯିବ। ଜୁନ୍‌ ୭ ଓ ୮ ତାରିଖରେ ଓସିଏ ଅନୁବନ୍ଧିତ ସ˚ସ୍ଥାମାନଙ୍କୁ ଟିକଟ୍‌ ବିକ୍ରି କରାଯିବ ଏବ˚ ୯ ଓ ୧୦ ତାରିଖରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଟିକଟ୍‌ ବିକ୍ରି କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର