ଡିଆରଡିଓ ପକ୍ଷରୁ ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଚାନ୍ଦିପୁର : ଶୁକ୍ରବାର  ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାର୍ଗେଟ (ହିଟ୍) ବା ‘ଅଭ୍ୟାସ’ର ପରୀକ୍ଷଣ ସଫଳ ହୋଇଛି ।  ଚାନ୍ଦିପୁରର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଏହି ଉତକ୍ଷେପଣ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) । ‘ଅଭ୍ୟାସ’ହେଉଛି ଏକ ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ । ଏହା ରାଡାର ଓ ଇଲେକ୍ଟ୍ରୋ ଅପଟିକ ସିଷ୍ଟମ୍ ଦ୍ବାରା ପରିଚାଳିତ ହୋଇଥାଏ । ବିଭିନ୍ନ କ୍ଷେପଣାସ୍ତ୍ର ଓ ବିମାନର ପରୀକ୍ଷଣ ବେଳେ ଏହାକୁ ଆକାଶରେ ଦ୍ରୁତ ଗତିରେ ଗତି କରୁଥିବା ଏକ ଟାର୍ଗେଟ୍ ବା ଲକ୍ଷ୍ୟ ଭାବରେ ବ୍ୟବହାର କରାଯିବ ।

ଅଭ୍ୟାସ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଏବଂ ଏହା ଏମଇଏମଏସ ନାଭିଗେସନ୍ ସିଷ୍ଟମରେ କାମ କରେ । ପରୀକ୍ଷଣ ସମୟରେ ଧ୍ବନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ-ଆଧାରିତ ନିୟନ୍ତ୍ରକରୁ ଟାର୍ଗେଟକୁ ଉତକ୍ଷେପଣ କରାଯାଇଥିଲା । ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ଏହି ଯାନକୁ ଏକ ବିମାନ ଟାର୍ଗେଟ ଭାବରେ ବ୍ୟବହାର କରାଯାଇପାରିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି  ।

 

ସମ୍ବନ୍ଧିତ ଖବର