ଅଗ୍ନି-୫ ବାଲିଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷା 

ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‌ଡିଓ) ପକ୍ଷରୁ ଆଜି ସଂଧ୍ୟା ୭ଟା ୫୦ ମିନିଟ୍‌ରେ ଅଗ୍ନି-୫ ବାଲିଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷା ହୋଇଛି । ଧାମରା ଠାରୁ ୧୫ କିମି ଦୂର ସମୁଦ୍ର ମଧ୍ୟସ୍ଥ ଏପିଜେ ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ପରୀକ୍ଷା କରାଯାଇଛି । ନାଭିଗେସନ୍‌ ସିଷ୍ଟମ ଓ ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌ ଦ୍ବାରା ୩ଟି ରାଡାର‌ ମାଧ୍ୟମରେ ମିସାଇଲ୍‌ର ଗତିବିଧି ଉପରେ ନଜର ରଖାଯାଇଥିଲା ।

ମିସାଇଲ୍‌ରଟି ସଂପୂର୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏଥିରେ ୩ଟି ସ୍ତରରେ ଇନ୍ଧନ ଉପଲବ୍‌ଧ ଥିଲା । କ୍ଷେପଣାସ୍ତ୍ରଟିର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍‌ ରହିଥିଲା। ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି ଥିବା ବେଳେ ୧୨ ମିନିଟ୍‌ରେ ଏହା ଲକ୍ଷ୍ୟଭେଦ କରିପାରିଥିଲା । ତେଣୁ କ୍ଷେପଣାସ୍ତ୍ରଟି ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ବେଜିଂ, ହଂକଂ, ବ୍ୟାଙ୍କକ, ଜାକର୍ତ୍ତା ଓ ଟୋକିଓ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ବୋଲି ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଥାଉକି ଅଗ୍ନି-୫ ବାଲିଷ୍ଟିକ୍‌ ମିସାଇଲ୍‌ର ଏହା ହେଉଛି ଅଷ୍ଟମ ପରୀକ୍ଷା । ପ୍ରଥମ ପରୀକ୍ଷା ୧୯ ଏପ୍ରିଲ୍‌ ୨୦୧୨ରେ କରାଯାଇଥିଲା ।

ସମ୍ବନ୍ଧିତ ଖବର