ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଗୁରୁବାରଦିନ କ୍ୟୁଆର-ସାମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି । ଏହାକୁ ବାଲେଶ୍ୱର ଜିଲ୍ଲାରେ ଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଅପରାହ୍ନ ୪ଟା ୨୦ ମିନିଟରେ ପରୀକ୍ଷା କରାଯାଇଥିଲା ।
କ୍ୟୁଆର-ସାମ୍ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର । ଏକ ଟ୍ରକରେ ଲାଗିଥିବା କାନିଷ୍ଟରରୁ ଏହି କ୍ୱିକ୍ ରିଆକସନ ଏୟାର ଡିଫେନ୍ସ ମିସାଇଲର ପରୀକ୍ଷଣ କରାଯାଇଥିଲା । ଏହା ଭାରତର ଆକାଶ ସୀମାକୁ ସୁରକ୍ଷା ଦେବ । ଭାରତୀୟ ଆକାଶରେ ବିନା ଅନୁମତିରେ ପ୍ରବେଶ କରୁଥିବା ଶତ୍ରୁପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ ଏହା ଅବିଳମ୍ବେ ଧ୍ୱଂସ କରିଦେବ । ଏହି ମିସାଇଲଟି ଶତ୍ରୁର ରାଡାର, ଟ୍ୟାଙ୍କ, ବଙ୍କର ଆଦିକୁ ଧ୍ୱଂସ କରିବାର କ୍ଷମତା ରଖୁଛି । ଏହାର ବ୍ୟବହାରିକ ସଫଳ ପରୀକ୍ଷଣ ପରେ ଏହା ସେନାରେ ସାମିଲ ହେବାର ସମ୍ଭାବନା ବଢିଯାଇଛି ।
/sambad/media/post_attachments/wp-content/uploads/2019/12/pinak-300x223.jpg)
Image Credit :AIR
ଡିଆରଡିଓ ପକ୍ଷରୁ ଆଜି ମଧ୍ୟ ପିନାକ ରକେଟର ସଫଳ ପରୀକ୍ଷଣ କରାଯାଇଥିଲା । ଏହି ଗାଇଡେଡ୍ ରକେଟର ମାରକ ରେଞ୍ଜ୍ ପ୍ରାୟ ୭୦ କିଲୋମିଟର ଓ ମାତ୍ର ୪୪ ସେକେଣ୍ଡରେ ୧୨ଟି ରକେଟ୍ ଉତକ୍ଷେପଣ କରିହେବ ।