ଭୁବନେଶ୍ବର: ବାରବାଟୀ ଅଭିମୁଖେ ଦୁଇ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରିଲେ ଦୁଇଟି ଟିମ୍ । ବାରବାଟୀ ଅଭିମୁଖେ ଯାଉଛନ୍ତି ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଟିମ୍ । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଛନ୍ତି ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି ।
ସେପଟେ ଦିନ ସାଢେ ଗୋଟାଏରେ ଖେଳାଯିବ ମ୍ୟାଚ୍ । ଦୁଇ ଦଳର ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ । ଶୁଭୁଛି ଇଣ୍ଡିଆ... ଇଣ୍ଡିଆ ନାରା... ଟିମ୍ ଇଣ୍ଡିଆର ଖେଳାଳିଙ୍କ ଝଲକ ପାଇବା ପାଇଁ ଲାଗିଛି ଭିଡ ।
ସ୍ବତନ୍ତ୍ର ବସରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ବଡ ବଡ ଖେଳାଳି କଟର ଅଭିମୁଖେ ବାହାରିଛନ୍ତି ।
ତେବେ ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍ ଫେରିଥିବାରୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି । ପଡିଆରେ ଛକା, ଚୌକା ବର୍ଷା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ରୋହିତ ଏବଂ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ନେଇ ସମସ୍ତେ ଆଶାବାଦୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/09/JYElEr9dbRlLZdMCtT4V.jpg)