ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା

କଟକ: ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ଆଉ ତାହା ବି ପୁଣି ଟି-୨୦ ମୁକାବିଲା । ଆସନ୍ତା ୨୦୨୨ ଫେବ୍ରୁଆରି ୧୫ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି -୨୦ ମ୍ୟାଚ। ଆଜି ଅପରାହ୍ନରେ ବିସିସିଆଇ ଆପେକ୍ସ କମିଟି ଏନେଇ ଘୋଷଣା କରିଛି।

ଘରୋଇ କ୍ରିକେଟ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତୀୟ ଖେଳସୂଚୀ ପ୍ରସ୍ତୁତ କରିଥିବା ବେଳେ ୪ଟି ଦେଶ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏହି ୪ଟି ଦେଶ ସହ ଭାରତ ୧୪ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଉ ଏହି ମ୍ୟାଚ୍ ଗୁଡିକ କେଉଁ ତାରିଖରେ ଓ କେଉଁ ଷ୍ଟାଡିୟମରେ ହେବ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ନେଇସାରିଥିବା ଜାଣିବାକୁ ମିଳିଛି । ଭାରତ ଗସ୍ତରେ ଆସିଥିବା ୪ଟି ଦେଶର କ୍ରିକେଟ ବୋର୍ଡକୁ ଅନୁମୋଦନ ପାଇଁ ପଠାଯାଇଛି । ଏହି ୪ଟି ବୋର୍ଡ ଖେଳସୂଚୀରେ ମୋହର ମାରିଲେ ବିସିସିଆଇ ପୂରା କାର୍ଯ୍ୟସୂଚୀ ବାବଦରେ ଘୋଷଣା କରିବ । ଏନେଇ ଆଜି ବିସିସିଆଇର ଏକ ବୈଠକ ବସିବ, ଯେଉଁଠି ଏହି ଖେଳସୂଚୀକୁ ଗ୍ରୀନ୍ ସିଗନାଲ ମିଳିପାରେ ।

ଖେଳସୂଚୀ ଅନୁଯାୟୀ, ଆସନ୍ତା ୨୦୨୨ ଫେବ୍ରୁଆରି ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଆଉ ଏହି ହାଇଭୋଲଟେଜ ମୁକାବିଲାର ମଜା ନେବେ କ୍ରିକେଟପ୍ରେମୀ । ଏବେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ପୂରା ଷ୍ଟାଡିୟମର ନବକଳେବର ହେଉଛି । ଷ୍ଟାଡିୟମକୁ ପୂରା ନୂଆ ରୂପ ଦେଉଛି ଓସିଏ । ପିଚ୍ ଠାରୁ ପ୍ୟାଭିଲିୟନ ସବୁ କିଛି ବଦଳାଯାଉଛି । ଆଉ ଆସନ୍ତା ଫେବ୍ରୁଆରିରେ ଏହି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ ।

ସମ୍ବନ୍ଧିତ ଖବର