ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଏଫଆଇଏଚ ପୁରୁଷ ହକି ସିରିଜରେ ଭାରତ ଚାମ୍ପିୟନ ହୋଇଛି । ଫାଇନାଲରେ ଭାରତ ଦକ୍ଷିଣ-ଆଫ୍ରିକାକୁ ୫-୧ ଗୋଲରେ ହରାଇଥିଲା । ଏହି ବିଜୟ ସହ ଭାରତ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ବରୁଣ କୁମାର ଦୁଇଟି ଲେଖାଏଁ ଓ ବିବେକ ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ । ସେହିପରି ଆଫ୍ରିକା ପକ୍ଷରୁ ରିଚାର୍ଡ ପୋଜ ଗୋଟିଏ ଗୋଲ ଦେଇଥିଲା ।
ଭାରତ ଏଫଆଇଏଚ ପୁରୁଷ ହକି ସିରିଜ ଚାମ୍ପିୟନ, ଦ.ଆଫ୍ରିକାକୁ ୫-୧ରେ ହରାଇଲା
/sambad/media/post_attachments/wp-content/uploads/2019/06/fih2.jpg)