ବଙ୍ଗୋପସାଗରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ଭୁବନେଶ୍ବର: ଭାରତୀୟ କୋଷ୍ଟଗାର୍ଡ ଗଭୀର ସମୁଦ୍ରରେ ଫସି ଯାଇଥିବା ୧୧ ମତ୍ସ୍ୟଜୀବୀଙ୍କୁ  ଉଦ୍ଧାର କରିଛି। ବଙ୍ଗୋପସାଗରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି  କୋଷ୍ଟଗାର୍ଡର କର୍ମଚାରୀ।

ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ର ଗର୍ଭରେ ଫସିଯାଇଥିଲା ‘ମା ଶୀତଳା’ ବୋଟ । ଇଞ୍ଜିନ ଖରାପ ହେବାରୁ ସମୁଦ୍ର ଗର୍ଭରେ ଅଟକିଥିଲା । ଖବର ପାଇ ସନ୍ଧାନରେ ବାହାରିଥିଲା ଇଣ୍ଡିଆନ କୋଷ୍ଟଗାର୍ଡର ଡୋନିୟର ଏୟାରକ୍ରାଫ୍ଟ ଆଉ ଏହା ପରେ ଦେବଦୂତ ସାଜି ପହଞ୍ଚିଥିଲା  କୋଷ୍ଟଗାର୍ଡର ବୋଟ ‘ଅନମୋଲ’। ସମୁଦ୍ର ଅଶାନ୍ତ ହେଉଥିଲା। ଏହାରି ଭିତରେ ଚାଲିଥିଲା ରେସ୍କ୍ୟୁ ଅପରେସନ। ସାଗର ଦୀପର ଦକ୍ଷିଣରେ ୩୫ ନଟିକାଲ୍ ମାଇଲ୍ ଦୂରରେ ଠାବ ହେଲା ବୋଟ୍ ମା’ଶୀତଳା। ଶେଷରେ ସଫଳତା ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ।

୧୧ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଇଣ୍ଡିଆନ କୋଷ୍ଟଗାର୍ଡ। ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପରେ ସୁରକ୍ଷିତ ଭାବେ ପଶ୍ଚିମବଙ୍ଗର ହଳଦିଆ ପୁଲିସକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର