ରାଇରଙ୍ଗପୁର: ଅଖିଳ ଭାରତୀୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ "ସେବାସ୍ତମ୍ବ" ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ଦ୍ବାରା ଭାରତୀୟ ସଂବିଧାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ବରିଷ୍ଠ ଉପସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ସଭାପତିତ୍ବ ଓ ସଂଯୋଜନାରେ ଆୟୋଜିତ ସଭାରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କୁମାର ରାମ ଯୋଗ ଦେଇ ଭାରତୀୟ ସଂବିଧାନର ଉପଯୋଗିତା ଓ ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଉପଦେଷ୍ଟା ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଭାରତୀୟ ସମ୍ବିଧାନର ସୁରକ୍ଷାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଉପସଭାପତି ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ କୁମାର ରାମ ଭାରତୀୟ ସମ୍ବିଧାନର ଇତିହାସ ଓ ଏହାର ପ୍ରସ୍ତାବନା ଆଲୋକପାତ କରିଥିଲେ। ପୁର୍ବତନ ଜିଲ୍ଲା ସଭାପତି ଜଗତ ମାଝି ଚାକିରି ସୁରକ୍ଷାରେ ସମ୍ବିଧାନର ଭୁମିକା ଚର୍ଚ୍ଚା କରିଥିଲେ । ଉପସଭାପତି ଶ୍ୟାମଚରଣ ମୁର୍ମୁ ବାବା ଭୀମରାଓ ଆମ୍ବେଦକରଙ୍କ ତ୍ଯାଗ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।
ସମାଜସେବୀ ମନୋରଞ୍ଜନ ହାଁସଦା ରାଷ୍ଟ୍ର ନିର୍ମାଣରେ ଭାରତୀୟ ସଂବିଧାନ ର ଭୂମିକା ବର୍ଣନା କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ବାଜଲ ମୁର୍ମୁ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗେଶ୍ବର ଚାତାର, ମୋଅତ୍ତର ହୁସେନ, ରବିନ୍ଦ୍ର ମୁଖୀ, ବିଭୁତିଭୁଷଣ ପାତ୍ର, ଡାକ୍ତର ସାଗରାମ ଟୁଡୁଙ୍କ ସମେତ ଅନ୍ୟ ସଦସ୍ଯ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।