ଭୁବନେଶ୍ବର : ଦେଶର ଆର୍ଥିକ ସ୍ଥିତି ପ୍ରତି ବିପଦ ମାଡ଼ି ଆସୁଛି। ସରକାରଙ୍କ ଆଖିବୁଜା ଖର୍ଚ୍ଚ କାରଣରୁ ଜାତୀୟ ଅର୍ଥନୀତି ଦୋହଲିବା ଆରମ୍ଭ କଲାଣି। ଅର୍ଥନୀତିଜ୍ଞମାନେ ଏମିତି ପୂର୍ବାନୁମାନ କଲେଣି। ସ୍ଥିତି ଏତେ ଗମ୍ଭୀର ଆଡକୁ ଯାଉଛି ଯେ କୌଣସି ମୁହୂର୍ତରେ ଅସମ୍ଭାଳ ରୂପ ନେଇପାରେ। ଆୟ ଓ ବ୍ୟୟ ଉପରେ ନଜର ପକାଇଲେ, ସ୍ପଷ୍ଟ ଦେଖାଯାଉଛି ଯେ ସୀମା ବାହାରକୁ ଚାଲିଯାଇଛି ବିତ୍ତୀୟ ନିଅଣ୍ଟ। ଅର୍ଥାତ୍ କେନ୍ଦ୍ର ସରକାର ଯେଉଁ ପରିମାଣରେ ମନଇଚ୍ଛା ଖର୍ଚ୍ଚ କରି ଚାଲିଛନ୍ତି, ସେହି ଅନୁପାତରେ ରାଜସ୍ବ ଆଦାୟ କରିବାକୁ ସକ୍ଷମ ହୋଇନାହାନ୍ତି।

Advertisment

ଅକ୍ଟୋବର ସୁଦ୍ଧା ବିତ୍ତୀୟ ନିଅଣ୍ଟ ପରିମାଣ ବଜେଟ ଆକଳନର ୧୦୩% ଥିଲା। ମାସକ ମଧ୍ୟରେ ଆଉ ୧୨% ବଢିଯାଇଛି ଓ ନଭେମ୍ବର ସୁଦ୍ଧା ଏହା ୧୧୫% ସ୍ତରରେ ପହଞ୍ଚିଛି। ଏହି ଧାରା ଅବ୍ୟାହତ ରହିଲେ, କେବଳ ଦେଶର ଅର୍ଥନୀତି ସଙ୍କଟ ଆଡକୁ ମୁହାଁଇବ ତା ନୁହେଁ, ଯେ କୌଣସି ମୁହୂର୍ତରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଛାଟ ବାଜିପାରେ। ସେହିଭଳି ଅନ୍ତର୍ଜାତୀୟସ୍ତରରେ ରେଟିଂ ଏଜେନ୍ସିମାେନ ଭାରତର ଆର୍ଥିକ ସ୍ଥିତିକୁ ସନ୍ଦେହ ଦୃଷ୍ଟିରେ ଦେଖିପାରିନ୍ତି। ଏହାଦ୍ବାରା ବିଦେଶୀ ପୁଞ୍ଜିନିେବଶରେ ମଧ୍ୟ ବାଧା ସୃଷ୍ଟି େହାଇପାରେ ଓ ଭାରତୀୟ କଂପାନିକୁ ବିଦେଶୀ ଋଣ ମିଳିବା କଷ୍ଟସାଧ୍ୟ େହାଇପଡିବ।

ଚଳିତ ବର୍ଷ ଏପ୍ରିଲ୍‌-ନଭେମ୍ବର ଭିତରେ ସରକାର ବିଭିନ୍ନ େଯାଜନା ଓ କର୍ମଚାରୀଙ୍କ ଦରମା, ଭତ୍ତା ପେନସନ ଆଦି ବାବଦରେ ମୋଟ ୧୬.୧୩ ଲକ୍ଷ କୋଟି ଟଙ୍କା‌ ଖର୍ଚ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ସରକାର େଭାଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଆକର୍ଷଣୀୟ େଯାଜନା େଘାଷଣା କରିପାରନ୍ତି। ହାତଖୋଲା ଖର୍ଚ୍ଚ କରିବା ଲାଗି ମଧ୍ୟ ଆଗ୍ରହ େଦଖାଇବେ। ହେଲେ ସମାନ ସମୟରେ ଟିକସ ଆଦାୟରେ ମନ୍ଥରତା େଦଖାଯାଇଛି। କାରଣ ସରକାର ଟିକସ ଦାତାମାନଙ୍କ କ୍ଷେତ୍ରରେ କଠୋର ଆଭିମୁଖ୍ୟ େପାଷଣ କରି ସେମାନଙ୍କୁ ଅସନ୍ତୋଷ କରିବା ଲାଗି ଚାହୁଁନାହାନ୍ତି। ଏହାର ସାଂଘାତିକ ପରିଣାମ େହଉଛି, ଆର୍ଥିକ ବର୍ଷର ପ୍ରଥମ ଆଠ ମାସ ମଧ୍ୟରେ ମାତ୍ର ୮.୭ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରାଯାଇପାରିଛି।

ଏ ସ୍ଥିତି ଆଗକୁ ଆହୁରି ଭୟଙ୍କର େହବ େବାଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କଲେଣି। କାରଣ ନିକଟରେ ଜିଏସଟି ପରିଷଦ ୨୩ଟି ସାମଗ୍ରୀ େକ୍ଷତ୍ରରେ ଟିକସ ହାର କମାଇଛନ୍ତି। ଏହା ନୂଆ ବର୍ଷରୁ କାର୍ଯ୍ୟକାରୀ େହବ। ଅର୍ଥାତ୍ ଆର୍ଥିକ ବର୍ଷର େଶଷ ତିନିମାସରେ ଜିଏସଟି ବାବଦରେ ଆକଳନ ତୁଳନାରେ କମ ରାଜସ୍ବ ପାଇବେ।

ନଭେମ୍ବର ସୁଦ୍ଧା ଖର୍ଚ ଓ ରାଜସ୍ବ ଭିତରେ ୭.୧୬ ଲକ୍ଷ କୋଟି ଟଙ୍କାର ପାର୍ଥକ୍ୟ େଦଖାଦେଲାଣି। ଆଗାମୀ ଦିନରେ ଏହି ପାର୍ଥକ୍ୟ ଆହୁରି ବଢିପାେର।

୨୦୧୮-୧୯ ମୂଳ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଯେ, ଆର୍ଥିକ ବର୍ଷ େଶଷ ବିତ୍ତୀୟ ନିଅଣ୍ଟ ପରିମାଣ ୬.୨୪ ଲକ୍ଷ କୋଟି ଟଙ୍କା ଭିତରେ ରହିବ। ନିୟମ ଅନୁସାରେ, ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩% ଭିତରେ ରଖିବା ଲାଗି ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ େଘାଷଣା କରିଥିଲେ। ବାରମ୍ବାର େକନ୍ଦ୍ର ସରକାର ଆଶ୍ବାସନା େଦଉଛନ୍ତି େଯ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ଡେଇଁବ ନାହିଁ। ହେଲେ ସରକାରଙ୍କ ଗୋଚରରେ ହେଉ ବା ଅଗୋଚରରେ ଏହା କେବଳ ସୀମା ଲଂଘୁଛି ତା ନୁହେଁ, ସୁଧାର ଆସିବା ସମ୍ଭାବନା କ୍ଷୀଣ। କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରି େଯଉଁ ପରିମାଣରେ ରାଜସ୍ବ ସଂଗ୍ରହ କରିବେ େବାଲି ଲକ୍ଷ୍ୟ ରଖିଥିଲେ, ତାହା ମଧ୍ୟ ସମ୍ଭବ ମନେ େହଉନାହିଁ।

ଏଠାରେ ଉଲ୍ଲେଖଥାଉକି, ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩.୫% ଥିଲା। ୨୦୧୮-୧୯ରେ ତାହାକୁ ୩.୩%କୁ ହ୍ରାସ କରିବେ ବୋଲି େକନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ। ସେତେବେଳେ େକନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲ ସ୍ବାଗତ କରିଥିଲେ ଓ ଅର୍ଥନୀତି ଅଧିକ ସୁଦୃଢ େହବେ େବାଲି ମତ ପ୍ରକାଶ ପାଇଥିଲା। କେହି କେହି ଏହାକୁ େକନ୍ଦ୍ର ସରକାରଙ୍କ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ହେଲେ ଅଧା ବର୍ଷରେ ଅର୍ଥନୀତିଜ୍ଞମାନଙ୍କର ଆଶା ମଉଳିବା ଆରମ୍ଭ କରିଛି ଓ ସରକାର ମଧ୍ୟ ହରଡଘଣାରେ ପଡିଲେଣି।

ଚଳିତ ଆର୍ଥିକ ବର୍ଷରେ ୧୭.୨୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ରଖାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ୫୦.୪% ଟିକସ ଆଦାୟ େହାଇପାରିଛି।