ଭୁବନେଶ୍ବର : ବିଦେଶରେ ବସବାସ କରୁଥିବା ତଥା ଭାରତୀୟ ବଂଶୋଦ୍ଭବଙ୍କୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ମିଳିବ। ନନ୍-ରେସିଡେଣ୍ଟ ଇଣ୍ଡିଆନ୍ (ଏନ୍ଆରଆଇ), ପର୍ସନ ଅଫ୍ ଇଣ୍ଡିଆନ୍ ଓରିଜି ନ୍(ପିଆଇଓ) ଓ ଓସିଆଇଙ୍କ ପାଇଁ ଦେଶର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଏନ୍ଆଇଆରଏଫ୍ ରୢାଙ୍କ ହାସଲ କରିଥିବା ଶିକ୍ଷାନୁଷ୍ଠାନ ଯଥା ଏନ୍ଆଇଟି, ଆଇଆଇଆଇଟି, କେନ୍ଦ୍ରୀୟ-ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଆଇଟି ବ୍ୟତୀତ)ରେ ୧୫% ସିଟ୍ ସଂରକ୍ଷିତ ରହିବ। ଏଥିପାଇଁ ଡାଇରେକ୍ଟ ଆଡମିସନ ଅଫ୍ ଷ୍ଟୁଡେଣ୍ଟ ଆବ୍ରଡ୍(ଦାସା)-୨୦୨୨-୨୩ ଯୋଜନା ଆରମ୍ଭ ହୋଇଛି।
ଯୁକ୍ତ୨ କିମ୍ବା ସମତୁଲ ପାଠ୍ୟକ୍ରମରେ ପାସ୍ କରିଥିବା ଛାତ୍ରଛାତ୍ରୀ ଏବେଠାରୁ ଆବେଦନ କରିପାରିବେ। ୟୁଜି ନାମଲେଖା ଜେଇଇ ମେନ୍ ରୢାଙ୍କ ଆଧାରରେ ହେବାକୁ ଥିବା ପିଜି ପାଠ୍ୟକ୍ରମରେ ନାମଲେଖା ଜିଏମ୍ଏଟି/ଜିଆରଇ ସ୍କୋରକୁ ବିଚାରକୁ ନିଆଯିବ। ଏନ୍ଟିଏ ଦ୍ବାରା ପରିଚାଳିତ ଜେଇଇ ମେନ୍ ଏଥର ୨୫ଟି ଦେଶରେ ଅନୁଷ୍ଠିତ ହେବ। ଦାସା ଅଧୀନରେ ସିଟ୍ ଆଲଟ୍ମେଣ୍ଟ ଓ କାଉନସେଲିଂ, ଆପ୍ଲିକେସନ ପୂରଣ www.dasanit.org ୱେବସାଇଟ୍ ମାଧ୍ୟମରେ କରାଯିବ।