ଦୁବାଇରେ ଓଡ଼ିଆ ଝିଅଙ୍କ କୃତିତ୍ବ

ଭୁବନେଶ୍ବର : ଯୁବ ଉଦ୍ୟୋଗୀ ଆସ୍ଥା ଦାସଙ୍କ ସ˚ସ୍ଥା ‘ଶେରୋ’ ଦ୍ବାରା ନିର୍ମିତ ‘ଶେରୋ ବ୍ରେସ୍‌ଲେଟ୍‌’ ଦୁବାଇର ‘ଷ୍ଟାର୍ଟଅପ୍‌ ପିଚ୍‌ କମ୍ପିଟିସନ୍‌’ରେ ଉଚ୍ଚ ପ୍ରଶ˚ସିତ ହୋଇଛି। ଗତ ମାସରେ ସେ ‘ବେଷ୍ଟ୍ ଜେନ୍‌-ଜେଡ୍‌ ଷ୍ଟାର୍ଟଅପ୍‌’ ପୁରସ୍କାର ଜିତିବା ସହ ପୁରସ୍କାର ସ୍ବରୂପ ଦଶ ହଜାର ଡଲାର ଅର୍ଥରାଶି ପାଇଥିଲେ। ଭାରତୀୟ ମୁଦ୍ରାରେ ଏହାର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ। ସ˚ପ୍ରତି ସେ ଦୁବାଇର ‘ଜେମ୍‌ସ ନିଉ ମିଲେନିୟମ୍‌ ସ୍କୁଲ୍‌’ରେ ପଢ଼ୁଛନ୍ତି।

ମହିଳାମାନଙ୍କ ନିରାପତ୍ତା ପାଇଁ ଉଦ୍ଦିଷ୍ଟ ଆସ୍ଥାଙ୍କର ଏହି ‘ସେଲ୍‌ଫ୍‌ ପ୍ରୋଟେକ୍ସନ୍‌ ବ୍ୟାଣ୍ତ୍‌’କୁ ହାତରେ ପିନ୍ଧିହେବ। ବିପଦ ସମୟରେ ଏହାର ଗୋଟିଏ ବଟନ୍‌ ଟିପିବା ମାତ୍ରେ ଏଥିରୁ ପରିଚିତ ଲୋକ ଓ ନିକଟସ୍ଥ ପୁଲିସ୍‌ ଥାନାକୁ ନିଜର ସ୍ଥିତି ସମ୍ପର୍କରେ ସୂଚନା ଦେଇହେବ। ଏଥି ସହ ଏଥିରୁ ନିର୍ଗତ ବିଦ୍ୟୁତ୍‌ ଆଘାତ କିଛି କ୍ଷଣ ପାଇଁ ଆକ୍ରମଣକାରୀକୁ ଅକ୍ଷମ କରିଦେବ। ଉଲ୍ଲେଖଯୋଗ୍ୟ ଯେ ଷୋହଳ ବର୍ଷ ବୟସ୍କା ଆସ୍ଥା ହେଉଛନ୍ତି ‘ଶେରୋ’ର ପ୍ରତିଷ୍ଠାତ୍ରୀ ଏବ˚ ମୁଖ୍ୟ କାର୍ଯ୍ୟନବାର୍ହୀ ଅଧିକାରୀ।

ସମ୍ବନ୍ଧିତ ଖବର