ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପୁରୁଷ ଓ ମହିଳା ହକି ଟିମର ଖେଳାଳି: ସକାଳ ଜଳଖିଆ ଠାରୁ ରାତ୍ରି ଭୋଜନ ପାଇଁ ଏପରି ହୋଇଛି ପ୍ରସ୍ତୁତି

ଭୁବନେଶ୍ବର: ଅଲିମ୍ପିକ୍ସରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଓ ମହିଳା ହକି ଦଳ ଭଲ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିମନ୍ତ୍ରଣ ରକ୍ଷା କରି ଆସନ୍ତା ମଙ୍ଗଳବାର ଦିନ ଭାରତର ଉଭୟ ପୁରୁଷ ଓ ମହିଳା ହକି ଟିମର ଖେଳାଳି ଭୁବନେଶ୍ବରର ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବେ। ହକି ଟିମଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଓ ମହିଳା ହକି ଟିମର‌‌ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଖେଳାଳିମାନଙ୍କ ପାଇଁ ହୋଟେଲ ସ୍ୟାଣ୍ଡି ଟାୱାରରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ହକି ଟିମ ଖେଳାଳିଙ୍କ ଖାଇବା ପାଇଁ କ’ଣ କ’ଣ ଖାଦ୍ୟ ପ୍ରସ୍ତୁତ ହୋଇଛି ଆସନ୍ତୁ ଜାଣିବା

ସକାଳ ଜଳଖିଆରେ ପୁରୁଷ ଓ ମହିଳା ହକି ଟିମର ଖେଳାଳି  ପ୍ରଥମେ ପିଇବେ ଫଳ ଜୁସ, ମିଲକ ସେକ, କର୍ଣ୍ଣ‌ଫେଲକ୍ସ। ଏହାପରେ ସେମାନଙ୍କ ପାଇଁ ପରଟା, ଇଡଲି, ଉପମା, ବରା ଓ ଦୋସା ଆଦି ବ୍ୟବସ୍ଥା ହୋଇଛି।

ସେହିପରି ଯେଉଁ ଖେଳାଳିମାନେ ନିରାମିଷ ଖାଇବେ ସେମାନଙ୍କ ପାଇଁ ସୁଫିଆନା ପନିର ଟିକା, କ୍ରିସ୍ପି କର୍ଣ୍ଣ କବାବ, ଡାଲ ଫ୍ରାଏ, ଚିଲି ମସରୁମ ବେବି କର୍ଣ୍ଣ, ମେଥି କର୍ଣ୍ଣ ପନିର ପଲକ ଆଦି ଖାଦ୍ୟ ରହିଛି। ଏଥିସହିତ ଛେନାପୋଡ଼, ରସଗୁଲା, ଗୁଲାବ ଜାମୁନ ଓ ଆଇସକ୍ରିମ ଆଦିର ବ୍ୟବସ୍ଥା ବି କରାଯାଇଛି। ଯେଉଁ ଖେଳାଳିମାନେ ଆମିଷ ଖାଇବେ ସେମାନଙ୍କ ପାଇଁ ମଟନ ଦମ ବିରିୟାନି, ମଟନ କୁରମା, ବଟର ଚି‌କେନ, ପେପର ଗାର୍ଲିକ ଫିସ, ତନ୍ଦୁରୀ ଚିକେନ ଓ ଫିସ ଫିଙ୍ଗର ଆଦି ରହିଛି।

ନିରାମିଷ ଖାଉଥିବା ଖେଳାଳିମାନଙ୍କ ପାଇଁ ରାତ୍ରି ଭୋଜନରେ ପନିର ପଞ୍ଜାବ ମସାଲା, ଚିଲି ଗାର୍ଲିକ ନୁଡୁଲ, ମେଥି ମଲାଇ ମଟର, ଡାଲ ମଖନୀ ଓ ମସରୁମ ବେ‌ବି କର୍ଣ୍ଣ ରହିଛି। ମଟନ କଷା ସହିତ ଚକୁଳି, ଚିଲି ପ୍ରନ ଓ ଫିସ ହଟ ଗାର୍ଲିକ ସସ ଆଦି ଆମିଷ ଖାଉଥିବା ‌ଖେଳାଳିଙ୍କ ପାଇଁ ପ୍ରସ୍ତୁତ କରାଯିବ।

 

ସମ୍ବନ୍ଧିତ ଖବର