ଭୁବନେଶ୍ବର : ବିଜେପି ଓ ବିଜେଡି ସରକାରଙ୍କ ଚାଷୀମାରଣ ନୀତିର ପ୍ରତିବାଦ କରିବ କଂଗ୍ରେସ। ବିଗତ ୬ ବର୍ଷ ଧରି କେନ୍ଦ୍ରର ବିଜେପି ସରକାର ଓ ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଶାସନକାଳରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି। ଉଭୟ ସରକାର ଚାଷୀର ବିକାଶ ପାଇଁ ପ୍ରଚାର ଚଳାଇଛନ୍ତି କିନ୍ତୁ ବାସ୍ତବତା ଭିନ୍ନ। ଏହା ବିରୋଧରେ ଜନମତ ସୃଷ୍ଟି କରିବାକୁ ଆସନ୍ତାକାଲି ଜାତୀୟ କିଷାନ୍ କଂଗ୍ରେସ ଉପାଧ୍ୟାକ୍ଷ ସୁରେନ୍ଦ୍ର ସୋଲାଙ୍କି ଓଡ଼ିଶା ଗସ୍ତ କରିବେ। ସ୍ଥାନୀୟ ପିସିସି କାର୍ଯ୍ୟାଳୟରେ ରାଜ୍ୟର ବହୁ ଚାଷୀନେତାମାନଙ୍କ ସହ ବୈଠକରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପିସିସି କିଷାନ୍ କଂଗ୍ରେସ ପକ୍ଷରୁ ରାଜ୍ୟ କମିଟିର ସମସ୍ତ କର୍ମକର୍ତ୍ତା, ସମସ୍ତ ଜିଲ୍ଲା ଓ ବ୍ଲକ ସଭାପତିମାନଙ୍କୁ ଯୋଗଦେବାକୁ ଏକ ପ୍ରେସ୍ ଇସ୍ତାହାର ଜରିଆରେ ଜଣାଇଦିଆଯାଇଛି।
ଆଜି ଭାରତୀୟ ଜାତୀୟ କିଷାନ କଂଗ୍ରେସ ଉପାଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ
/sambad/media/post_attachments/wp-content/uploads/2020/02/surender-solanki-AICC-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)