ବାଣପୁର: ନୌସେନାର ପ୍ରାରମ୍ଭିକ ତାଲିମ କେନ୍ଦ୍ର ଆଇଏନ୍ଏସ୍ ଚିଲିକାରେ ଶନିବାରେ ‘ନୌସେନା ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର କମାଣ୍ଡିଂ ଅଧିକାରୀ ତଥା ଓଡ଼ିଶା ନାଭାଲ ଅଧିକାରୀ କମୋଡର ଏନ୍ ପି ପ୍ରଦୀପ ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ତ୍ତବ୍ୟରେ ସବୋର୍ଚ୍ଚ ବଳିଦାନ ଦେଇଥିବା ନୈାସେନିକମାନଙ୍କୁ ସମ୍ମାନ ଜଣାଇଥିଲେ। ୧୯୭୧ ଯୁଦ୍ଧରେ ପାକିସ୍ଥାନ ବିରୋଧରେ ଭାରତ ବିଜୟ ହାସଲ କରିଥିଲା। ତେଣୁ ପ୍ରତିବର୍ଷ ଦେଶରେ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି। ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସାହାସୀ ଯୋଦ୍ଧାମାନଙ୍କ ସମ୍ମାନରେ ଏବଂ ଦିବଙ୍ଗତଙ୍କ ଆତ୍ମାକୁ ଜାତିର କୃତଜ୍ଞତା ନିମନ୍ତେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦିନରେ ଏହି ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ।
ଆଇଏନ୍ଏସ୍ ଚିଲିକାରେ ଭାରତୀୟ ନୌସେନା ଦିବସ
/sambad/media/post_attachments/wp-content/uploads/2021/12/ins.jpg)