ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତୀୟ ନୌସେନାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରରେ ଆଇଏନ୍ଏସ୍ ଚିଲିକାର ନାଭାଲ୍ ଅଧିକାରୀ ଅକ୍ଷୟ ପ୍ରିୟା ଡି ଓ ଲଜିଷ୍ଟିକ୍ ଅଧିକାରୀ ବିକାଶ ସିଂହ ଯୋଗଦେଇ ପ୍ରତିରକ୍ଷା ସମ୍ୱନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ଇଣ୍ଡିଆନ୍ ନାଭିର ୫ଟି ଶାଖା ବିଷୟରେ ଆଲୋଚନା କରିବା ସହିତ ଅଗ୍ନିବୀର (ଏସ୍ଏସ୍ଆର୍) ଏବଂ ଅଗ୍ନିବୀର (ଏମ୍ଆର୍)ରେ ଯୋଗ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହା ଉପରେ ଏକ ଭିଡିଓ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଉପରେ ନିର୍ଭର ନକରି ନିଜେ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ମାର୍ଗଦର୍ଶନ କରିଥିଲେ। କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷାନୁଷ୍ଠାନ ସମୂହର ଶିକ୍ଷା ନିର୍ଦ୍ଦେଶକ ବିଜୁନି ଚରଣ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଇଂରାଜୀ ଅଧ୍ୟାପିକା ମୋନାଲିସା ନାୟକ ମଞ୍ଚ ପରିଚାଳନା କରିଥିଲାବେଳେ ପ୍ରାଣୀ ବିଜ୍ଞାନର ମୁଖ୍ୟ ମିନତିପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।