ବଜ୍ରକାପ୍ତା ଜବତ ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର : ଗୁଣୁପୁରରୁ ୫ ବେପାରୀଙ୍କ ସହ ବଜ୍ରକାପ୍ତା ଉଦ୍ଧାର ହେବା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗିରଫ ବେପାରୀଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ଏସ୍‌ଟିଏଫ୍ ପଚରା ଉଚରା କରିବା ପରେ ଓଡ଼ିଶାର ବଜ୍ରକାପ୍ତା ଲକ୍ଷ ଲକ୍ଷ ଟଙ୍କାରେ ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେଉଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଇଡି କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛି। ତଦନ୍ତ ରିପୋର୍ଟ ସହ ରିମାଣ୍ଡରେ ‌ହୋଇଥିବା ପଚରା ଉଚରାର ତଥ୍ୟ ତଲବ କରିଛି। ଏହା ପାଇବା ପରେ ଇଡି ତଦନ୍ତ ଆରମ୍ଭ କରିବ, ଏହି ବେପାରର ମୂଳ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସେହି ବେପାରୀମାନଙ୍କୁ ପୁଣି ଥରେ ଜେରା କରିବ। ତେବେ ଇଡି ଏଥିରେ ସମ୍ପୃକ୍ତ ମୂଳ ବେପାରୀଙ୍କ ଉପରେ ନଜର ରଖିଛି। ବିଧିବଦ୍ଧ ତଦନ୍ତ ଆରମ୍ଭ ହେଲେ କେତେକ ମୂଳ ବେପାରୀଙ୍କୁ ଇଡି ବାନ୍ଧିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର