ଦେଶର ୧୭ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳ ତାଲିକାରେ ଓଡ଼ିଶାର ଗୋଟିଏ ବି ନାହିଁ

ନୂଆଦିଲ୍ଲୀ: ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ସ୍ଥଳଭାବେ ବିକଶିତ କରିବା ତାଲିକାରେ ଓଡ଼ିଶାର କୌଣସି ଗୋଟିଏ ବି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନାହିଁ। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ର ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣରେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ସ୍ଥଳ ଭାବେ ବିକଶିତ କରିବା ପାଇଁ ଘୋଷଣା କରାଯାଇଥିଲା। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ସୂତ୍ର ଅନୁସାରେ ଦେଶର ୧୭ ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭ‌ାବେ ବିକଶିତ କରିବା ତାଲିକାରେ- ଉତ୍ତରପ୍ରଦେଶର ତାଜମହଲ ଓ ଫତେପୁର ସିକ୍ରୀ, ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା, ଦିଲ୍ଲୀର ହୁମାୟୁନ କବର, ଲାଲ୍‌କୀଲା ଓ କୁତବ୍ ମିନାର, ଗୁଜରାଟର ସୋମନାଥ ଓ ଧୋଲାବି, ମଧ୍ୟପ୍ରଦେଶର ଖଜୁରାହୋ, କର୍ଣ୍ଣାଟକର ହମ୍ପି, ତାମିଲନାଡୁର ମହାବଳିପୁରମ୍, ଆସାମର କାଜିରଙ୍ଗା, କେରଳର କୁମରାକମ୍, ଗୋଆର କଲୁଆ ତଟ୍ଟ ଏବଂ ବିହାରର ମହାବୋଧି ମନ୍ଦିରକୁ ସାମିଲ କରାଯାଇଛି। ପର୍ଯ୍ୟଟକମାନଙ୍କ ଆଗମନକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳକୁ ୧୭ଟି ପର୍ଯ୍ୟଟନ ସ୍ଥଳ ତାଲିକାରେ ସାମିଲ କରାଯାଇନଥିବାରୁ କଳା ଓ ସଂସ୍କୃତ ପ୍ରେମୀମାନେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର