ଦାମ୍ ବଢ଼ିବା ପରେ ଲୁଟିଲା ଇଣ୍ଡେନ୍‌ ଗ୍ୟାସ୍: ପୂର୍ବରୁ ସୃଷ୍ଟ ଇନ୍‌ଭଏସ୍‌କୁ ବଦଳାଇ ଚଢ଼ା ଦରରେ ବିକିଲା

ସମ୍ବଲପୁର: ଗ୍ୟାସ୍ ଦର ବଢ଼ିବା ପୂର୍ବରୁ ହୋଇଥିଲା ବୁକିଂ। ଗ୍ରାହକଙ୍କ ପାଖକୁ ମେସେଜ ବି ଆସି ସାରିଥିଲା। ‘ଇନ୍‌ଭଏସ୍‌ ଜେନେରେଟ୍‌ ହୋଇ ଯାଇଛି ଓ ଆପଣଙ୍କୁ ଡେଲିଭେରି ସମୟରେ ୧୦୧୧ ଟଙ୍କା ଦେବାକୁ ହେବ’। ଡେଲିଭେରି ପରେ ଦିଆ ଯାଉଥିବା ସିକ୍ରେଟ୍ କୋଡ୍ ବି ମେସେଜ୍‌ରେ ଆସିଗଲା। ହେଲେ ଏହାପରେ ‌ଗ୍ୟାସ୍ ଦର ବଢ଼ିବା କଥା ଘୋଷଣା ହେଲା। ଫଳରେ ଗୋଟିଏ ଦିନ ପରେ ପୁଣିଥ‌େର ‌େମସେଜ୍ ଆସିଲା। ଏଥର ଲେଖା ହେଲା ‘ଇନ୍‌ଭଏସ୍‌ ଜେନେରେଟ୍‌ ହୋଇ ଯାଇଛି ଓ ଆପଣଙ୍କୁ ଡେଲିଭେରି ସମୟରେ ୧୦୬୧ ଟଙ୍କା ଦେବାକୁ ହେବ’।

ଆଉ ଏକ ନୂଆ ସିକ୍ରେଟ୍ କୋଡ୍ ମେସେଜ୍‌ରେ ଆସିଲା। ଦର ବୃଦ୍ଧିର ଏଭଳି ଫାଇଦା ଉଠାଇଛି ଇଣ୍ଡେନ୍ ଗ୍ୟାସ୍ କମ୍ପାନି। ପୂର୍ବରୁ କମ୍ ଦରରେ ସୃଷ୍ଟ ଇନ୍‌ଭଏସ୍ କ୍ଷେତ୍ରରେ ବି ଏହି ସଂସ୍ଥା ଦାମ୍ ବଢ଼ିବା ପରେ ନୂଆ ଇନ୍‌ଭଏସ୍ ଜାରି କରି ଗ୍ରାହକଙ୍କୁ ଲୁଟିବା ଉଦ୍ୟମ କରିଛି। ବହୁ ସଂଖ୍ୟାରେ ଗ୍ରାହକ ଏହାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଯେହେତୁ ସେମାନେ ଦାମ୍ କମ ଥିବା ସମୟରେ ବୁକିଂ କରିଥିଲେ ଓ ଇନ୍‌ଭଏସ୍ ବି ସୃଷ୍ଟି ହୋଇ ସାରିଥିଲା, ତେଣୁ ସେମାନଙ୍କୁ ପୁୁରୁଣା ଦରରେ କାହିଁକି ଗ୍ୟାସ୍ ମିଳିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ସଂପୃକ୍ତ ଗ୍ୟାସ୍ ସଂସ୍ଥା ସହ ଯୋଗାଯୋଗ ଉଦ୍ୟମ ହୋଇଥିଲେ ବି ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର