ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ସବ୍-ସୋନିକ୍ କ୍ରୁଜ୍ ମିସାଇଲ ଗୁରୁବାର ପରୀକ୍ଷା ହୋଇଛି। ଏହା ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟୁର୍ବୋଜେଟ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି। ପରୀକ୍ଷଣ ସମୟରେ ମିସାଇଲର ଗତି, ଦିଗ, ଲକ୍ଷ୍ୟଭେଦ କ୍ଷମତା ଯାଞ୍ଚ କରିବାକୁ ଡ଼ିଆରଡ଼ିଓ ତରଫରୁ ବିଭିନ୍ନ ସ୍ଥାନରେ ରାଡ଼ାର ଖଞ୍ଜାଯିବା ସହିତ ବାୟୁସେନାର ସୁଖୋଇ-୩୦ ଏମ୍କେ-୧ ଯୁଦ୍ଧ ଯାହାଜ ଦ୍ବାରା ତଥ୍ୟ ସଂଗ୍ରହ କରାଯାଇଥିଲା।
ପରୀକ୍ଷଣ ସଫଳ ହୋଇଥିବା ଡ଼ିଆରଡ଼ିଓ ତରଫରୁ କୁହାଯାଇଛି। ଭାରତ ଡାଇନାମିକ୍ ଲିମିଟେଡ୍ ଦ୍ବାରା ନିର୍ମିତ ଓ ଆରୋନେଟିକାଲ ଡଭଲପ୍ମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ବାରା ବିକଶିତ କରାଯାଇଥିବା ଏହି ମିସାଇଲ୍ରେ ୧୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ସମୁତ୍ର ପତ୍ତନର ଅଳ୍ପ ଉଚ୍ଚରେ ଉଡ଼ାଣକରି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ବିଭାଗର ଚେୟାରମ୍ୟାନ୍ ସମିର ଭି. କାମାତ୍ ଡ଼ିଆରଡ଼ିଓ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/9d9fbe17-0ced-4d79-8635-ef55481349a7.jpeg)