ଆକାଶରେ ଯାତ୍ରୀ ଅସୁସ୍ଥ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର : ଆଜି ଅପରାହ୍ନରେ ଚେନ୍ନାଇରୁ କୋଲକତା ଯାଉଥିବା ଜଣେ ବିମାନ ଯାତ୍ରୀଙ୍କର ହଠାତ୍ ଦେହ ଖରାପ ହୋଇଯିବାରୁ ଇଣ୍ଡିଗୋ ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି। ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଇଣ୍ଡିଗୋ ବିମାନ ୬ଇ୨୯୨ ଚେନ୍ନାଇରୁ କୋଲକତା ଅଭିମୁଖେ ଉଡ଼ାଣ କରିଥିବାବେଳେ ଅଧା ଆକାଶରେ ‌ଜଣେ ଯାତ୍ରୀଙ୍କର ହଠାତ୍ ଦେହ ଖରାପ ହୋଇଯାଇଥିଲା।

ଏହାପରେ ସେ ବିମାନର କ୍ରିଉ ସଦସ୍ୟ ଏନେଇ ସୂଚନା ଦେଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ପାଇଲଟ୍ ବିମାନର ଜରୁରୀ ଅବତରଣ କରିବାକୁ ଭୁବନେଶ୍ବର ବିମାନବନ୍ଦର ଏଟିସିର ଅନୁମତି ମାଗିଥିଲେ। ଏହାପରେ ବିମାନଟି ଅପରାହ୍ନ ୩ଟା ୧୭ରେ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା। ବିମାନ ଅବତରଣ କରିବା ପରେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ବିମାନଟି ପୁଣି କୋଲକତା ଅଭିମୁଖେ ଉଡ଼ାଣ କରିଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର