ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ। କମ୍ପାନି ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ସଂପର୍କରେ ବିମାନବନ୍ଦର ନିର୍ଦେଶକ ପବନ କୁମାର ଯୁତ୍ସୀ ଜଣାଇଛନ୍ତି। ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଆସନ୍ତା ଗ୍ରୀଷ୍ମ ଋତୁରେ କମ୍ପାନି ତାର ସେବା ଆରମ୍ଭ କରିପାରେ ବୋଲି ନିର୍ଦେଶକ ଶ୍ରୀ ଯୁତସୀ ସୂଚନା ଦେଇଛନ୍ତି। ଇଣ୍ଡିଗୋ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋର ଉଡାଣ ପାଇଁ ସ୍ଲଟ୍ ପୂରଣ କରି ଦେଇଥିବା ଜଣାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ପାଇସ ଓ ଏଲାଏଞ୍ଜ ଏୟାର ସେବା ଯୋଗାଇ ଆସୁଛି। ଇଣ୍ଡିଗୋ ସେବା ଆରମ୍ଭ ହେଲେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଗୁରୁତ୍ୱ ବୃଦ୍ଧି ପାଇବ।
ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ
/sambad/media/post_attachments/wp-content/uploads/2020/09/indigo.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)