ଦୁଇଦିନ ଲାଗି ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ୍‌

ଭୁବନେଶ୍ୱର : ସୁରକ୍ଷା ଜନିତ କାରଣରୁ ସାରା ଦେଶରେ ଇଣ୍ଡିଗୋ ବିମାନ ସେବା ବ୍ୟାହତ ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବି ଏହାର ପ୍ରଭାବ ପଡ଼ିଛି। ଏଠାରୁ ଦେଶର ବିଭିନ୍ନ ସହରକୁ ଉଡ଼ାଣ କରୁଥିବା ୮ଟି ବିମାନକୁ ଆସନ୍ତା ୧୫ ଓ ୧୬ ତାରିଖ ପାଇଁ ବାତିଲ୍‌ କରାଯାଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇକୁ ଉଡ଼ାଣ କରୁଥିବା ବିମାନଗୁଡ଼ିକ ବତିଲ୍‌ କରାଯାଇଛି। ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ କହିବାନୁଯାୟୀ ଇଣ୍ଡିଗୋ ବିମାନଗୁଡ଼ିକ ବାତିଲ୍‌ ହୋଇଛି। ଦୁଇ ଦିନ ଲାଗି ଏହା ଉଡ଼ାଣ କରିବ ନାହିଁ। ତେଣୁ ଇଣ୍ଡିଗୋ ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ଗନ୍ତବ୍ୟ ସ୍ଥଳକୁ ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଏହାପରେ ପରବର୍ତୀ ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର