ମହାକାଳପଡ଼ା ବ୍ଲକ୍‌ରେ ଇନ୍ଦିରା ଆବାସ ଜାଲିଆତି ଘଟଣା : ତତ୍କାଳୀନ ବିଡିଓ, କମ୍ପ୍ୟୁଟର ପ୍ରୋଗ୍ରାମରଙ୍କୁ ହାଜର ନିର୍ଦେଶ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ର ବଡ଼କୂଳ ଗ୍ରାମ ପଞ୍ଚାୟତରେ ହୋଇଥିବା ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀ ଚିହ୍ନଟ ଓ ଘର ନିର୍ମାଣରେ ବ୍ୟାପକ ଜାଲିଆତି ଘଟଣାରେ ତତ୍କାଳନୀ ବିଡିଓ, କମ୍ପ୍ୟୁଟର ପ୍ରୋଗ୍ରାମର ଓ ବର୍ତମାନର ବିଡିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତାମାସ ୨୪ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

କେନ୍ଦ୍ରାପଡ଼ାର ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାର ଶିକାର ହେବା ପୂର୍ବରୁ ଲୋକାୟୁକ୍ତଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅନୁପସ୍ଥିତିରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ପରିଚାଳନା କରୁଛନ୍ତି। ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବା ସହିତ ମହାକାଳପଡ଼ା ବିଡିଓଙ୍କୁ ନୋଟିସ୍ କରିଥିଲେ। ଚଳିତମାସ ୧୨ତାରିଖରେ ବ୍ଲକ୍‌ର ଏବିଡିଓ ଓ ପଞ୍ଚାୟତର ପିଇଓ ଉପସ୍ଥିତ ରହି ଉତ୍ତର ରଖିଥିଲେ। ମାତ୍ର ଲୋକାୟୁକ୍ତ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ। ହିତାଧିକାରୀଙ୍କ ନାମ କିଏ ୱେବସାଇଟରେ ଚଢ଼ାଇଲା ଓ କାହିଁକି ଚଢ଼ାଇଲା ତ‌ାହାର ସମସ୍ତ ତଥ୍ୟ ରଖିବା ପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର