ପିସିସି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜୟନ୍ତୀ : ଇନ୍ଦିରା ଗାନ୍ଧୀ ଦେଶର ଆତ୍ମାକୁ ଚିହ୍ନିଥିଲେ: ନିରଞ୍ଜନ

ଜିଲ୍ଲା ଓ ବ୍ଲକ୍‌ କମିଟି ୧୦୩ଟି ଗଛ ଲଗାଇବାକୁ ଆହ୍ବାନ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜୟନ୍ତୀ ଉତ୍ସବ ଆଜି କଂଗ୍ରେସ ଭବନରେ ପାଳିତ ହୋଇଯାଇଛି। ସକାଳେ ଇନ୍ଦିରା ପାର୍କଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ ଓ ସାଧାରଣ ସମ୍ପାଦକ ଅମୀୟ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ଇନ୍ଦିରା ଗାନ୍ଧୀ ଦେଶର ଆତ୍ମାକୁ ଚିହ୍ନିଥିଲେ। ସେ ଅତ୍ୟନ୍ତ ଦୃଢ଼ମନା ମହିଳା ଥିଲେ ଓ ନୀତିରୁ କେବେ ମୁଣ୍ଡ ନୁଆଉଁ ନ ଥିଲେ। ଭାରତବର୍ଷକୁ ପୃଥିବୀରେ ସର୍ବଶ୍ରେଷ୍ଠ କରିବା ପାଇଁ ସେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ। ଇନ୍ଦିରାଙ୍କ ସ୍ମୃତିରେ କଂଗ୍ରେସର ସମସ୍ତ ଜିଲ୍ଲା ଓ ବ୍ଲକ୍‌ କମିଟି ୧୦୩ଟି ଗଛ ଲଗାଇବାକୁ ପିସିସି ସଭାପତି ଆହ୍ବାନ ଦେଇଥିଲେ। ରାଜ୍ୟର ପ୍ରତ୍ୟେକ ନାଗରିକ ମଧ୍ୟ ଗୋଟିଏ ଲେଖାଏ ଗଛ ଲଗାଇବାକୁ ସେ ନିବେଦନ କରିଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଦେଶର ସଂହତି ଓ ଅଖଣ୍ଡତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସଂକଳ୍ପ କରାଇଥିଲେ। ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଗଣେଶ୍ୱର ବେହେରା ଓ ବିଶ୍ୱଜିତ ଦାଶ ପ୍ରମୁଖ ଇନ୍ଦିରାଙ୍କ ସ୍ମୃତିଚାରଣ କରିଥିଲେ। ଆଇନଜୀବୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପିସିସି କାର୍ଯ୍ୟାଳୟରେ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶୁଭେନ୍ଦୁ ମହାନ୍ତି, ଯଜ୍ଞେଶ୍ୱର ବାବୁ, କିଶୋର ଜେନା, ମନୋରଞ୍ଜନ ଦାଶ, ସ୍ମୃତିରଞ୍ଜନ ଲେଙ୍କା, ରଶ୍ମୀ ମହାପାତ୍ର, ହଳଧର ସେଠୀ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ସ୍ୱାଧୀନବାଳା ଦାସ, ଲିଙ୍ଗରାଜ ସାହୁ, ସତ୍ୟବ୍ରତ ନାୟକ, ମନୋରଞ୍ଜନ ରାଉତରାୟ, ସୁଶାନ୍ତ ତ୍ରିପାଠୀ, ନିରଞ୍ଜନ ନାୟକ, ସଂକୁନା କହଁର, ମନୋଜ ନାୟକ, ସୁବାସ ପ୍ରଧାନ, ଆଲୋକ ମହାନ୍ତି, ନିରୁପମା ପାତ୍ର, ନିରଞ୍ଜନ ନାୟକ, ମୁନି ଥାପ୍ପା, ରଣଜିତ୍ ପାତ୍ର, ତାପସ ସେଠୀ, ଦେବେନ୍ଦ୍ର ପ୍ରସାଦ ଦାସ, ବିକ୍ରମ ସାହୁ, ବୁନା ମହାନ୍ତି, ଗୁରୁବକ୍ସ ସିଂହ ଆଲୁଅଲିଆ, ଖଗେଶ୍ୱର ମଲ୍ଲିକ ଓ ମନୋରଞ୍ଜନ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର