ପ୍ରଦେଶ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଶନିବାର ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପ୍ରଦେଶ କଂଗ୍ରେସ କମିଟି ଓ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧି ସ୍ମୃତି ସମିତି ପକ୍ଷରୁ ୟୁନିଟ୍‌-୨ ସ୍ଥିତ ଆଇଜି ପାର୍କ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସମିତି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା, ପାଲା ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।

ସମିତିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ଇନ୍ଦିରାଙ୍କ ତ୍ୟାଗ, ବଳିଦାନ, ଦେଶଭକ୍ତି, ରାଷ୍ଟ୍ର ବିକାଶରେ ଭୂମିକା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଯୁଧିଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, ଜ୍ୟୋତିଷ ସାହୁ, ବୀରେନ ମୋହନ ପଟ୍ଟନାୟକ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ରସିକ ପଟ୍ଟନାୟକ, ତ୍ରିଲୋଚନ ମହାନ୍ତି, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, କନକଲତା ମଲ୍ଲିକ, ସ୍ବାଧୀନବାଳା ଦାସ, ସଂଜୟ ମିଶ୍ର, ତରୁଣ ମିଶ୍ର, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଜାନକୀ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ସୁଭାସ ପ୍ରଧାନ, ଦେବାଶିଷ ମହାପାତ୍ର, ମିହିର ଆଚାର୍ଯ୍ୟ, କୈଳାସ ସାହୁ, ସାଗର ପରିଡ଼ା, ଜୟନ୍ତ ଭୋଇ, ପ୍ରତୀଶ ପଟ୍ଟନାୟକ, ଜିତେନ୍ଦ୍ର ପଣ୍ଡା, ନଳିନୀକାନ୍ତ ନାୟକ, ଅନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥିଲେ। ସମିତିର ସଂପାଦକ ଅମୀୟ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର