ଭାରତ-ବାଂଲାଦେଶ ମଧ୍ୟରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ : ଧର୍ମେନ୍ଦ୍ର

ଭୁବନେଶ୍ବର : ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦ୍ବାରା ଭାରତ ଓ ବାଂଲାଦେଶ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଦୁଇ ଦେଶ ମଧ୍ୟରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ କରିବ ବୋଲି କେନ୍ଦ ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତର ‘ପ୍ରଥମ ନେବର୍‌ହୁଡ୍‌’ ନୀତି ଭାରତ-ବାଂଲାଦେଶର ଉର୍ଜା ବନ୍ଧନକୁ ନୂଆ ସ୍ତରକୁ ନେଇଛି। ଏହି ପ୍ରକଳ୍ପରେ ବାଂଲାଦେଶରୁ ଭାରତର ଉତ୍ତର-ପୂର୍ବ ରାଜ୍ୟ ସମୂହକୁ ରନ୍ଧନ ଗ୍ୟାସ୍ ଆସିବ। ଫଳରେ ବାଂଲାଦେଶରୁ ଉତ୍ତର-ପୂର୍ବର ଅନେକ ରାଜ୍ୟକୁ ରନ୍ଧନ ଗ୍ୟାସ୍ ସହଜରେ ପହଞ୍ଚିପାରିବ। ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରାଥମିକତା ଦିଆଯାଉଥିଲା ବେଳେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ‌େହଉଥିବା ଚୁକ୍ତି ଐତିହାସିକ ପଦକ୍ଷେପ। ଏହା ଦ୍ବାରା ଆଗାମୀ ଦିନରେ ଦୁଇ ପଡ଼ୋଶୀ ଦେଶ ଭିତରେ ଉର୍ଜା ସଂଯୋଗ ମଜବୁତ୍ ହେବ। ଏହାର ପରିଣତି ସ୍ବରୂପ ଦୁଇ ରାଷ୍ଟ୍ରରେ ଅର୍ଥନୀତି ଅଭିବୃଦ୍ଧି ଘଟିବ।

ସମ୍ବନ୍ଧିତ ଖବର