କଟକ: ଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ବୈଦେଶିକ ବ୍ୟାପାର ଦାୟିତ୍ବରେ ଥିବା ଡୋନା ଏବଂ ତାଙ୍କର ପତ୍ନୀ ଆଜି କଟକର ମାରିଟାଇମ୍ ମ୍ୟୁଜିୟମ ବୁଲି ଦେଖିଛନ୍ତି। ଓଡ଼ିଶାର ଇଣ୍ଡୋନେସିଆ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ସହିତ ପୁରୁଣା କାଳରୁ ନୌବାଣିଜ୍ୟ ସମ୍ପର୍କ ରହିଥିଲା, ତେଣୁ ଏହି ସମ୍ପର୍କର ଅନେକ ସ୍ମୃତି କଟକ ମାରିଟାଇମ୍ ମ୍ୟୁଜିୟମରେ ସଂରକ୍ଷିତ ହୋଇ ରହିଛି। ଦୂତାବାସର ବାଣିଜ୍ୟିକ ଅଧିକାରୀ ଏହି ସ୍ମୃତି ସବୁ ବୁଲି ଦେଖିବା ସହ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ନୌବାଣିଜ୍ୟ ସମ୍ପର୍କରେ ପଚାରି ଵୁଝିଛନ୍ତି। ଏହି ଆଧାରରେ ଏବେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ କିଭଳି ବାଣିଜ୍ୟିକ ସମ୍ପର୍କକୁ ପୁନର୍ଜିବୀତ କରାଯାଇ ପାରିବ, ସେ ନେଇ ଆଲୋଚନା କରିଛନ୍ତି ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀ।
କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଇଣ୍ଡୋନେସିଆ ଦୂତାବାସର ଅଧିକାରୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ମେକ୍ ଇନ ଓଡିଶା କନକ୍ଲେଭରେ ଯୋଗ ଦେବା ପାଇଁ ଓଡିଶା ଆସିଛନ୍ତି। ପୂର୍ବରୁ ଇତିହାସ ବର୍ଣିତ ଓନିଶା ଓ ଇଣ୍ଡୋନେସିଆ ସମ୍ପର୍କରେ ବାଣିଜ୍ୟ ଓ ପରିବହନ ଦିଗକୁ ଆହୁରି କିପରି ଉଚ୍ଚ କରାଯାଇ ପାରିବ ସେହି ଦିଗରେ ମଧ୍ୟ ଆଲୋଚନା ହୋଇଥିବା ସ୍ପଷ୍ଟ କରିଛନ୍ତି ମ୍ୟୁଜିୟମ ଅଧିକାରୀ।